ସଂସଦରେ ଓଡ଼ିଶା ପ୍ରସଙ୍ଗ, ଓଡ଼ିଶାକୁ ଅବହେଳା ପ୍ରସଙ୍ଗ ଉଠାଇଲେ ସାଂସଦ ପିନାକୀ ମିଶ୍ର

କେନ୍ୟୁଜ୍(ବ୍ୟୁରୋ):  ଓଡ଼ିଶାକୁ ଅବହେଳା ପ୍ରସଙ୍ଗ ଉଠାଇଲେ ବିଜେଡି ସାଂସଦ ପିନାକୀ ମିଶ୍ର । ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ଆଲୋଚନା କାଳରେ ବିଜେଡି କେନ୍ଦ୍ର ସରକାରଙ୍କ ଆଗରେ ନିଜର ଅସନ୍ତୋଷ ଜାହିର କରିଛି।  ପୁରୀ ପାଇଁ ସ୍ୱତନ୍ତ୍ର ଅନୁଦାନ ଦେବାକୁ ଦାବି କରିଛନ୍ତି ସାଂସଦ ପିନାକୀ ମିଶ୍ର । ପୁରୀକୁ ବିଶ୍ୱ ଐତିହ୍ୟସ୍ଥଳୀ କରିବା ପାଇଁ ଓଡ଼ିଶା ସରକାର ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଏଭଳିସ୍ଥିତିରେ ପୁରୀକୁ ଭାରତର ସାଂସ୍କୃତିକ ରାଜଧାନୀ କରିବା ପାଇଁ ବିଜେଡି ଦାବି କରିଛି। ସେହିପରି କୋଲ ରୟାଲଟି ବର୍ଷ ବର୍ଷ ଧରି ଦାବି କରାଯାଉଥିଲେ ମଧ୍ୟ କେନ୍ଦ୍ର ଅଣଦେଖା କରି ଆସୁଛି । ଫଳରେ ଓଡ଼ିଶା ଭଳି ରାଜ୍ୟ ବହୁ କ୍ଷତି ସହୁଛି । ଅନ୍ୟପକ୍ଷରେ ଜିଏସଟି କ୍ଷତିପୂରଣ ୫ ମାସ ହେବ ମିଳିନି ବୋଲି ଗୃହରେ ଜଣାଇଥିଲେ ଓଡ଼ିଶା ସାଂସଦ ।

ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରୁଛି ଓଡ଼ିଶା। ଗତ ୮ ବର୍ଷରେ ୫ଟି ମହାବାତ୍ୟାକୁ ସାମ୍ନା କଲାଣି ଓଡ଼ିଶା। ଗୋଟିଏ ପରେ ଗୋଟିଏ ବାତ୍ୟା ଓଡ଼ିଶାକୁ ୧୫ ରୁ ୨୦ ବର୍ଷ ପଛକୁ ନେଇଯାଉଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାର ମୁଖ୍ୟମନ୍ତ୍ରୀ ବାରମ୍ବାର ଦାବି କରିଆସୁଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରୁଥିବା ରାଜ୍ୟ ବିଶେଷକରି ଓଡ଼ିଶା ପାଇଁ ସ୍ୱତନ୍ତ୍ର ଫୋକସ କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ଦାବି କରିଆସୁଛନ୍ତି । ତାପରେ ବି କେନ୍ଦ୍ର ସରକାର ଅଣଦେଖା କରିଚାଲିଛନ୍ତି । ଏନେଇ ବଜେଟ୍‌ରେ କୌଣସି ବ୍ୟବସ୍ଥା କେନ୍ଦ୍ର ସରକାର କରିନାହାନ୍ତି।

pinaki 1

କୋଣାର୍କ ସ୍ୱର୍ଯ୍ୟ ମିନ୍ଦିର ବିଶ୍ୱପ୍ରସିଦ୍ଧ, କଳିଙ୍ଗ ଯୁଦ୍ଧର ଅନେକ କୀର୍ତ୍ତିରାଜି ଓଡ଼ିଶାରେ ରହିଛି। କୋଣାର୍କକୁ ଆଇକନିକ ସାଇଟରେ ତାଲିକଭୁକ୍ତ କରିବାକୁ ଓଡ଼ିଶା ଦାବି କରି ଆସିଛି । ଏହାସତ୍ୱେ ରାଜ୍ୟର କୌଣସି ସ୍ଥାନକୁ ତାଲିକାରେ ଦିଆଯାଇନଥିବାରୁ ଉଦବେଗ ପ୍ରକାଶ କରିଛନ୍ତି ସାଂସଦ ପିନାକୀ ମିଶ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.