ଓଡ଼ିଶା ଜୁଡିସିଆଲ ଏକାଡେମୀରେ ମାମଲା ତ୍ୱରିତ ସମାଧାନ ସମ୍ବନ୍ଧରେ ୪୦ ଘଣ୍ଟିଆ କାର୍ଯ୍ୟକ୍ରମ, ୫ଟି ଜିଲ୍ଲାରୁ ବିଚାରବିଭାଗୀୟ ଅଧିକାରୀ କଲେ ଅଂଶ ଗ୍ରହଣ

କଟକ(କେନ୍ୟୁଜ୍):  ଓଡ଼ିଶା ଜୁଡିସିଆଲ ଏକାଡେମୀର ମୁଖ୍ୟ ବିଚାରପତି ଗତିକୃଷ୍ଣ ମିଶ୍ର ପେକ୍ଷାଳୟରେ ଓଡ଼ିଶା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ବିଷୟ ବସ୍ତୁ ଆଧାରିତ ମଧ୍ୟସ୍ଥତା ଜରିଆରେ ମାମଲା ତ୍ୱରିତ ସମାଧାନ ସମ୍ବନ୍ଧରେ ୪୦ ଘଣ୍ଟିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କର୍ମଶାଳାକୁ ଉଚ୍ଚତମ ନ୍ୟାୟାଳୟର ନ୍ୟାୟମୂର୍ତ୍ତି ବିନୀତ ସରନ ଉଦଘାଟନ କରିଥିଲେ । ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଏସ ମୁରଲୀଧର ଉପସ୍ଥିତ ଅଧିକାରୀଙ୍କୁ ସମ୍ବର୍ଦ୍ଧତ କରି ବିଷୟବସ୍ତୁ ଉପରେ ଆଲୋଚନା କରିଥିଲେ । ଜଷ୍ଟିସ ବିଭୁ ପ୍ରସାଦ ରାଉତରାୟ ସ୍ୱାଗତ ଭାଷଣ ପାଠ କରିବା ସହିତ କର୍ମଶାଳାର ବିଷୟ ବସ୍ତୁ ଉପରେ ଆଲୋକପାତ କରିଥିଲେ ।

ODISHA JUDICIAL ACDEMY

ନ୍ୟାୟମୂର୍ତ୍ତି ସାବିତ୍ରୀ ରଥ କାର୍ଯ୍ୟକ୍ରମର ଉପସ୍ଥିତ ଅଧିକାରୀମାନଙ୍କୁ ମଧ୍ୟସ୍ଥତା ଜରିଆରେ ମାମଲାର ସମାଧାନ ନିମନ୍ତେ ଆଲୋଚନା କରିଥିଲେ । ଏହି ପର୍ଯ୍ୟାୟରେ ୫ଟି ଜିଲ୍ଲା କଟକ, ଜଗତିସଂହପୁର, କେନ୍ଦ୍ରପଡ଼ା, ଢେଙ୍କାନାଳ ଓ ଖୋର୍ଦ୍ଧା ଜିଲ୍ଲାରୁ ୩୦ ଜଣ ବିଚାରବିଭାଗୀୟ ଅଧିକାରୀ ଅଂଶ ଗ୍ରହଣ କରିଛନ୍ତି । ମଧ୍ୟସ୍ଥତା ଜରିଆରେ ମାମଲାର ତ୍ୱରିତ ସମାଧାନ କରି ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ ପାଇଁ ଆଇନ ସେବା ପ୍ରାଧିକରଣ ପ୍ରଚେଷ୍ଟା ଜାରି ରଖିଛି । ଜଷ୍ଟିସ ଶଶିକାନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.