ଆରମ୍ଭ ହେଲା ଓଡ଼ିଶା ମୋ ପରିବାର କାର୍ଯ୍ୟକ୍ରମ, ତିନିଟି ଦିଗରେ କାମ କରିବାକୁ ଖସଡ଼ା ପ୍ରସ୍ତୁତ

ଭୁବନେଶ୍ବର(କେନ୍ୟୁଜ୍): ଆରମ୍ଭ ହେଲା ଓଡ଼ିଶା ମୋ ପରିବାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ମୋ ପରିବାର ବୈଠକ ବସିବା ସହ ଆନୁଷ୍ଠାନିକ ଭାବେ ଏହା ଆରମ୍ଭ ହୋଇଛି। ବୈଠକରେ ପରିବେଶ ସୁରକ୍ଷା, ସ୍ୱାସ୍ଥ୍ୟ ସେବା ଓ ବିପନ୍ନ ଓଡ଼ିଆଙ୍କୁ ସହାୟତା ଭଳି ତିନିଟି ବିଷୟରେ କାର୍ଯ୍ୟ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ରାଜନୀତିରୁ ଉର୍ଦ୍ଧ୍ୱରେ ରହି ସମାଜ ସେବାରେ ନିଜକୁ ନିୟୋଜିତ କରିବାକୁ ମୁଖ୍ୟମନ୍ତ୍ରୀ ଉପସ୍ଥିତ ସଦସ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି। ଓଡ଼ିଶାବାସୀଙ୍କ ସମେତ ଓଡ଼ିଶା ବାହାରେ ରହୁଥିବା ଓଡ଼ିଆ ଲୋକଙ୍କୁ ସେବା ଯୋଗାଇ ଦେବା ପାଇଁ ଓଡ଼ିଶା ମୋ ପରିବାର ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ। ଜୀବନ ବିନ୍ଦୁ ଓ ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ ସ୍ୱାସ୍ଥ୍ୟ କମିଟି କାର୍ଯ୍ୟ କରିବ।

odisha mo pariwar

ପରିବେଶ କ୍ଷେତ୍ରରେ ବୃକ୍ଷରୋପଣ, ପ୍ଲାଷ୍ଟିକ ମୁକ୍ତ ଓଡ଼ିଶା, ଜଳାଶୟଗୁଡ଼ିକର ପୁନରୁଦ୍ଧାର ପରିବେଶ କମିଟିର ଦାୟିତ୍ୱ ରହିବ। ବିପନ୍ନ ଓଡ଼ିଆମାନଙ୍କୁ ସାହାଯ୍ୟ କରିବା ଓ ପ୍ରବାସୀ ଓଡ଼ିଆଙ୍କ ସହିତ ଓଡ଼ିଶାର ଅଧିକ ସଂପର୍କ ଗଢିବା ଏହି ସବ୍‌ କମିଟିର ଦାୟିତ୍ୱ ରହିବ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଏକଲକ୍ଷ ବନ୍ଧୁ ସେବା କାର୍ଯ୍ୟରେ ସହଯୋଗ କରିବେ। ବିଭିନ୍ନ କ୍ଷେତ୍ରରେ ସେବା ଯୋଗାଣ ଓ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ୩ଟି କମିଟି ଗଠନ କରିଛନ୍ତି। ପରିବେଶ ସୁରକ୍ଷା କମିଟିରେ ସାଂସଦ ପିନାକୀ ମିଶ୍ର, ଡ. ଅଚ୍ୟୁତ ସାମନ୍ତଙ୍କ ସହ ନଳିନୀକାନ୍ତ ପ୍ରଧାନ ଓ ସଂଧ୍ୟା କୁମାରୀ ନାୟକ ରହିଛନ୍ତି। ରକ୍ତଦାନ ସେବା ଓ କଲ୍ୟାଣ କମିଟିରେ ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଲତିକା ପ୍ରଧାନ ପ୍ରମୁଖ ରହିଛନ୍ତି। ସେହିପରି ବିପନ୍ନ ଓଡ଼ିଆଙ୍କ ପାଇଁ ସହାୟତା କମିଟିରେ ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ସଞ୍ଜୀବ ମଲ୍ଲିକ ପ୍ରମୁଖ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.