Below header

ପରିବାରକୁ ବି ଚକମା ଦେଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା, ବାପା କହିଲେ ‘ଆମେ ଜାଣିନଥିଲୁ ପୁଅର ନିର୍ବନ୍ଧ କଥା’

ମୁମ୍ବାଇ : ସମୁଦ୍ର ମଝିରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଗୀତ ଗାଇଲେ ‘ମେ ତେରା ତୁ ମୋରୀ ଜାନେ ସାରା ହିନ୍ଦୁସ୍ତାନ’ । ଏଇ ଗୀତ ଗାଇ ସେ ମଡେଲ ତଥା ଅଭିନେତ୍ରୀ ନତାଶାଙ୍କ ସହିତ ନିର୍ବନ୍ଧ କଲେ । ହେଲେ ଆଶ୍ଚର୍ଯ୍ୟର କଥା ହେଉଛି ପୁଅର ନିର୍ବନ୍ଧ କଥା ତାଙ୍କ ବାପା ଜାଣି ପାରିଲେ ନାହିଁ । ହାର୍ଦ୍ଦିକଙ୍କ ବାପା ହିମାଂଶୁ କହିଛନ୍ତି, ଆମେ ନତାଶାଙ୍କୁ ଜାଣିଛୁ । ସେ ବହୁତ ଭଲ ଝିଅଟିଏ । ହାର୍ଦ୍ଦିକ ତାଙ୍କ ସହିତ ଦୁବାଇକୁ ଛୁଟି କଟାଇବା ପାଇଁ ଯାଇଥିବା କହିଥିଲା । ହେଲେ ନିର୍ବନ୍ଧ କରିବ ବୋଲି ଆମେ ଜାଣିନଥିଲୁ ।

PANDYA-2

ଏହା ପୂର୍ବରୁ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଏବଂ ଅନ୍ୟ ସଦସ୍ୟମାନେ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । ହାର୍ଦ୍ଦିକ ଏଭଳି ଅଚାନକ ଭାବେ ନିର୍ବନ୍ଧ କରିବେ ବୋଲି କେହି ବିଶ୍ୱାସ କରି ପାରିଲେ ନାହିଁ । ଗତ ଜାନୁଆରୀ ୧ ତାରିଖ ଦିନ ହାର୍ଦ୍ଦିକ ନିଜ ଫ୍ୟାନ୍‌ଙ୍କ ଠାରୁ ଆରମ୍ଭ କରି ଘର ପରିବାର ଓ ସାଙ୍ଗସାଥୀଙ୍କୁ ମଧ୍ୟ ଚକିତ କରି ଦେଇଥିଲେ । ନିଜର ଏହି କାରନାମାକୁ ସେ ନିଜ ଇନଷ୍ଟାଗ୍ରାମ୍‌ରେ ପୋଷ୍ଟ ମଧ୍ୟ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.