ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ପରଲୋକ

ଭୁବନେଶ୍ୱର (କେନ୍ୟୁଜ) : ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ପରଲୋକ। ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ସେ ଇହଲୀଳା ସମ୍ପନ୍ନ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା। ତାଙ୍କର ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀ ଲାଲ, ରାଜନେତା ଓ ଶିକ୍ଷାବିତ୍ ଶୋକବ୍ୟକ୍ତ କରିଛନ୍ତି। ୨୦୨୦ରେ ରାଧାମୋହନ ଓ ତାଙ୍କ ଝିଅ ସାବରମତିଙ୍କୁ ମିଳିଥିଲା ପଦ୍ମଶ୍ରୀ।

ପୂର୍ବରୁ ଓଡ଼ିଶାର ସୂଚନା କମିଶନର ଥିଲେ ରାଧାମୋହନ। ଖାଲି ପଡିଥିବା ଜମିରେ ଜୈବିକ ଚାଷ କରି ପରିବର୍ତ୍ତନ ଆଣିଥିଲେ। ୧୯୮୮ରେ ନୟାଗଡ଼ ଓଡଗାଁ ରୋହିବାଙ୍କ ନିକଟରେ ଶହେ ଏକର ଜାଗାରେ ଗଢିଥିଲେ ସମ୍ଭବ ଆଶ୍ରମ।

ବିଶେଷକରି ଜୈବିକ ପ୍ରଣାଳୀରେ ଚାଷ କରିବା ସହ ଅନ୍ୟମାନଙ୍କୁ ସ୍ୱତନ୍ତ୍ର ଜ୍ଞାନ କୌଶଳ ପ୍ରଦାନ କରିଥିଲେ। ଦେଶ ବିଦେଶରୁ ବହୁ ଚାଷୀ ଏଠାରେ ଜୈବିକ ଚାଷର ପ୍ରମାଳୀ ଉପରେ ଗବେଷଣା କରୁଥିଲେ। ୧ ହଜାରରୁ ଅଦିକ ପ୍ରକାର ବିଭିନ୍ନ କିସମର ଧାନ ସଂଗ୍ରହ କରିଥିଲେ। ପୂର୍ବରୁ ଓଡ଼ିଶାର ସୂଚନା କମିଶନର ଥିଲେ ରାଧାମୋହନ।