ଓଡ଼ିଶା ପୋଲିସର ତିନୋଟି ଫାଇଭ୍‌ ଟିର ପରିବର୍ତ୍ତନକାରୀ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କେନ୍ୟୁଜ୍(ବ୍ୟୁରୋ): ଓଡ଼ିଶା ପୋଲିସର ତିନୋଟି ଫାଇଭ୍‌ ଟିର ପରିବର୍ତ୍ତନକାରୀ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଗୁଡିକ ହେଲା ଭର୍ଚୁଆଲ ପୋଲିସ ଷ୍ଟେସନ, ମେଡିକାଲ ଲିଗାଲ ଓପିନିୟନ ସିଷ୍ଟମ୍‌ ଓ ରୋଡ ଆକ୍ସିଡେଣ୍ଟ କେସ ଡକ୍ୟୁମେଣ୍ଟ ମଡ୍ୟୁଲ । ଭର୍ଚୁଆଲ ପୋଲିସ ଷ୍ଟେସନରେ ମାଧ୍ୟମରେ ଗାଡି ଚୋରୀ ହେଲେ ଏଣିକି ଥାନାକୁ ଯିବାକୁ ପଡିବନି । ଅନଲାଇନ ମାଧ୍ୟମରେ ଗାଡି ମାଲିକ ଅଭିଯୋଗ କରିପାରିବେ । ସାରା ଓଡ଼ିଶାରେ ଅନଲାଇନରେ ଏହି ବ୍ୟବସ୍ଥା ରହିବ । ଏଥିରେ ଜଣେ ନୋଡାଲ ଅଫିସର ରହିବେ । ଗାଡି ଚୋରୀ ଅଭିଯୋଗ ଆସିବା ପରେ ସ୍ଥାନୀୟ ପୋଲିସ ଷ୍ଟେସନକୁ ଜଣାଇବେ । ସମ୍ପୃକ୍ତ ପୋଲିସ ଷ୍ଟେସନ ନିଜ ଅଧିକାରୀଙ୍କ ଦ୍ୱାରା ତଦନ୍ତ କରାଇ ଅନଲାଇନରେ ସମ୍ପୂର୍ଣ୍ଣ ତଥ୍ୟ ଦେବେ । ରାଜ୍ୟ କ୍ରାଇମ ରେକର୍ଡ ବ୍ୟୁରୋ ଅଧିନରେ ଏହା କାମ କରିବ ।

ଦ୍ୱିତୀୟଟି ହେଉଛି ମେଡିକାଲ ଲିଗାଲ ଓପିନିୟନ ସିଷ୍ଟମ୍‌ । ଏହାଦ୍ୱାରା ସମସ୍ତ ସରକାରୀ ହସପିଟାଲର ଡାକ୍ତରମାନେ ଅନଲାଇନ ମାଧ୍ୟମରେ ପୋଲିସ ଏଷ୍ଟାବ୍ଲିସମେଣ୍ଟ ସହ ଯୋଡି ହେବେ । ତଦନ୍ତ ସମୟରେ ଏହା ଉପଯୋଗୀ ହୋଇପାରିବ । ଅପରାଧ ଜନିତ ଘଟଣାରେ ତୁରନ୍ତ ଫଇସଲା କରିବାକୁ ଏଭଳି ବ୍ୟବସ୍ଥା କରାଯାଇଛି । ରାଜ୍ୟର ସମସ୍ତ ସରକାରୀ ଡାକ୍ତରଖାନା, ମେଡିକାଲ କଲେଜ, ଶିଶୁଭବନ, କ୍ୟାନସର ହସପିଟାଲ ଏହା ଅଧିନରେ ରହିବେ । ଏଥିରେ କାମ କରୁଥିବା ସମସ୍ତ ଡାକ୍ତର, ଚିଫ୍‌ ମେଡିକାଲ ଅଫିସର ରହିବେ । ଫଳରେ ପୋଷ୍ଟମର୍ଟମ ଠାରୁ ଅନ୍ୟ ଘଟଣାରେ ତୁରନ୍ତ ଅନଲାଇନ୍‌ରେ ଡାକ୍ତରଖାନା କର୍ତ୍ତୃପକ୍ଷ ପୋଲିସ ବିଭାଗକୁ ଜଣାଇବେ ।

ସେହିଭଳି ଯୌନ ନିର୍ଯାତନା, ଦୁଷ୍କର୍ମ ଓ ହତ୍ୟା ମାମମଲାରେ ଡାକ୍ତରୀ ମତାମତ ପାଇବା କ୍ଷେତ୍ରରେ ଉପୁଜିଥିବା ଅନାବଶ୍ୟକ ବିଳମ୍ବକୁ ଦୃଷ୍ଟି ରଖି ପୋଲିସ ଅଧିକାରୀ ମାନଙ୍କ ପାଇଁ ଏକ ୱେବସାଇଟ୍ ବ୍ୟବସ୍ଥାର ବିକାଶ କରାଯାଇଛି । ଏହି ବ୍ୟବସ୍ଥା ମାଧ୍ୟମରେ ସମ୍ପୃକ୍ତ ପୋଲିସ ଅଧିକାରୀ ମେଡିକୋ ଲିଗାଲ ସମ୍ବନ୍ଧୀୟ ମତାମତ ପାଇଁ ଅନଲାଇନ ମାଧ୍ୟମରେ ଡାକ୍ତରଙ୍କୁ ଅନୁରୋଧ କରିବେ ଏବଂ ସମ୍ପୃକ୍ତ ଡାକ୍ତର ଅପଲୋଡ କରି ସମ୍ପୂର୍ଣ୍ଣ ତଥ୍ୟ ଜଣାଇବେ । ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜିଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.