Below header

ଗତ ୨୪ ଘଣ୍ଟାରେ ରାଜ୍ୟରୁ ୨ହଜାର ୮୦୩ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର(କେ ନ୍ୟୁଜ): ରାଜ୍ୟରେ ୩ ପ୍ରତିଶତକୁ ଖସିଲା ସଂକ୍ରମଣ ହାର । ଆଜି ପଜିଟିଭିଟି ହାର ରହିଛି ୩.୭୫ ପ୍ରତିଶତ । ଯାହା ଗତକାଲି ଥିଲା ୪.୦୩ ପ୍ରତିଶତ। ଗତ ୨୪ ଘଣ୍ଟାରେ ୨ହଜାର ୮୦୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।  ୭୪ ହଜାର ୭୪୦ ଟେଷ୍ଟିଂ ହୋଇଥିଲା। ଟପ୍‌ ୫ ଜିଲ୍ଲାରେ ରହିଛି ଖୋର୍ଦ୍ଧା,କଟକ, ମୟୂରଭଞ୍ଜ, ବାଲେଶ୍ୱର ଓ ପୁରୀ । ଖୋର୍ଦ୍ଧାରୁ ସର୍ବାଧିକ ୪୭୫ ପଜିଟିଭ୍‌ ବାହାରିଛନ୍ତି । କଟକରୁ ୪୪୧, ମୟୂରଭଞ୍ଜରୁ ୧୯୩, ବାଲେଶ୍ୱରରୁ ୧୫୫ ଓ ପୁରୀରୁ ୧୫୪ ରହିଛି କରୋନା କେସ୍‌।

କେବଳ ଏହି ୫ ଜିଲ୍ଲାରୁ ୧୪ ଶହ ୧୮ ସଂକ୍ରମିତ ହୋଇଛନ୍ତି। ୨୦ ଜିଲ୍ଲାରେ ୧୦୦ ତଳେ ରହିଛି ଦୈନିକ ସଂକ୍ରମଣ । ୩୦ ହଜାର ତଳକୁ ଖସିଛି ଆକ୍ଟିଭ୍‌ କେସ୍‌ । ଏବେ ଆକ୍ଟିଭ୍‌ କେସ୍‌ ୨୯ ହଜାର ୬୨୦କୁ ହ୍ରାସ ପାଇଛି। ଗ୍ରୀନ୍‌ ଜୋନ୍‌ରେ ୨୦, ରେଡ୍‌ ଜୋନ୍‌ରେ ୩ ଓ ୟେଲୋ ଜୋନ୍‌ରେ ୭ ଜିଲ୍ଲା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.