Below header

ଆଜିଠୁ ଭୁବନେଶ୍ୱରରେ ଆରମ୍ଭ ହେଉଛି ବିନା ସ୍ଲଟରେ ଟିକାକରଣ

ଭୁବନେଶ୍ୱର(କେ ନ୍ୟୁଜ): ଆଜିଠୁ ଭୁବନେଶ୍ୱରରେ ବିନା ସ୍ଲଟରେ ଟିକାକରଣ । ଯେଉଁମାନେ ଟିକା ନେଇନାହାନ୍ତି ସେମାନେ ଆଜିଠାରୁ ବିନା ବୁକିଂରେ ଟିକାକରଣ କେନ୍ଦ୍ରକୁ ଯାଇ ଟିକା ନେଇପାରିବେ। ପୂର୍ବ ନିର୍ଦ୍ଧାରିତ ୨୫ଟି ଟିକା କେନ୍ଦ୍ରରେ ବିନା ସ୍ଲଟରେ କେବଳ ପ୍ରଥମ ପାନ ଟିକା ଦିଆଯିବ। ନିୟମିତ ଟିକାକରଣ ସହିତ ଏହି ବ୍ୟବସ୍ଥା ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ।

କେବଳ ଦ୍ୱିତୀୟ ପାନ ଟିକା କରାଯିବ। ଶନିବାର ସୁଦ୍ଧା ରାଜଧାନୀରେ ୫ଲକ୍ଷ ୧୫ହଜାର ୯୭୧ ସଂପୂର୍ଣ୍ଣ ଟିକାକରଣ ହୋଇଛନ୍ତି । ୯ଲକ୍ଷ ୬୭ହଜାର ୯୯ ଜଣ ପ୍ରଥମ ପାନ ଟିକା ନେଇଛନ୍ତି। ସମୁଦାୟ ୧୪ଲକ୍ଷ ୮୩ହଜାର ୭୦ ପାନ ଟିକା ଦିଆଯାଇଛି। ରାଜ୍ୟର ଏକ କୋଟିରୁ ଅଧିକ ଲୋକଙ୍କୁ ଦିଆଯାଇଛି କୋଭିଡ ଟିକାର ପ୍ରଥମ ଡୋଜ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.