Below header

ରାଜ୍ୟରେ ୨୯ ଜିଲ୍ଲାରୁ ୩୦୧୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜ୍ୟରେ ୨୯ଟି ଜିଲ୍ଲାରୁ ୩୦୧୪ ନୂଆ ପଜିଟିଭ କେସ ଚିହ୍ନଟ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ୧୦୦୯୩୪ କୁ ବୃଦ୍ଧି ପାଇଛି ମୋଟ ସଂକ୍ରମିତ ସଂଖ୍ୟା । ଅର୍ଥାତ ଆଜିକୁ ମିଶାଇ ରାଜ୍ୟରେ ଏକ ଲକ୍ଷ ଟପିଗଲା କରୋନା ସଂକ୍ରମିତ ସଂଖ୍ୟା ।

ଆଜିର ଚିହ୍ନଟଙ୍କ ମଧ୍ୟରୁ ୧୮୬୮ ଜଣ ପୂର୍ବରୁ କ୍ଵାରେଣ୍ଟୀନ ସେଣ୍ଟରରେ ଥିବା ବେଳେ ୧୧୪୬ ଜଣ ଲୋକାଲ କଣ୍ଟକଟରୁ ସଂକ୍ରମିତ ହୋଇଥିବା ଜଣାଯାଇଛି ।

ସେପଟେ ଏଯାବତ ରାଜ୍ୟରେ ୨୯୬୮୫ ଟି ଆକ୍ଟିଭ କେଶ ରହିଥିବା ବେଳେ ୭୦୭୧୪ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଯେବେକି ଗତ କାଲି ୨୮୮୮ ଜଣ ସୁସ୍ଥ ହୋଇଥିବା ନେଇ ଜଣାଯାଇଛି । କହିରଖିବା ଉଚିତ ହେବକି ଏଯାବତ ଓଡ଼ିଶାରେ ୧୭୩୧୫୫୬ ସଂଖ୍ୟକ ନମୁନା ପରୀକ୍ଷଣ ସାରିଲାଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.