Below header

ଆଉ ଦରକାର ପଡିବନି କରେଣ୍ଟ, ନିଜ ଶରୀରର ତାପରୁ ଚାର୍ଜ କରି ପାରିବେ ସ୍ମାର୍ଟଫୋନ !

ଆଜିକାଲି ମୋବାଇଲ ସମସ୍ତଙ୍କର ଅତ୍ୟାବଶ୍ୟକ ଜିନିଷ ଭାବେ ପରିଗଣିତ ହେଉଛି। ଅତ୍ୟଧିକ ମୋବାଇଲ ବ୍ୟବହାର ଆଉ ଗେମ୍‌ ଖେଳିବା ଯୋଗୁଁ ଅଧିକାଂଶ ସମୟରେ ଚାର୍ଜ ମଧ୍ୟ ସରିଯାଇଥାଏ। ଯଦି ଆପଣ ଏହି ସମୟରେ ବାହାରକୁ ଯାଇଥାନ୍ତି, ତେବେ ତ କଥା ସରିଲା। କୌଣସି ଗୁରୁତ୍ୱପୂର୍ଣ୍ଣ କାମ ବେଳକୁ ଆପଣଙ୍କ ଫୋନ ଚାର୍ଜ ସରିଯାଇଥିବ। ଆଉ ବାହାର କେଉଁଠି ଫୋନ ଚାର୍ଜ କରିବା ମଧ୍ୟ ସମ୍ଭବପର ନୁହେଁ। ଏହାଛଡା ଲୋକେ ଏଥରୁ ବଞ୍ଚିବା ପାଇଁ ସାଙ୍ଗରେ ପାଓ୍ଵରବ୍ୟାଙ୍କ ନେଇ ଯାଉଛନ୍ତି ତଥାପି ଏହା ସମସ୍ତଙ୍କ ପାଖରେ ସମ୍ଭବପର ହେଉନାହିଁ।

କିନ୍ତୁ ଏପରି ସ୍ଥଳେ ଯଦି ଆପଣଙ୍କୁ କୁହାଯାଏ ଆପଣଙ୍କ ଶରୀରରେ ହିଁ ସ୍ମାର୍ଟଫୋନ କିମ୍ବା କୌଣସି ଗାଜେଟ ଚାର୍ଜ ହୋଇଯିବ, ତେବେ ଆପଣ ଏହାକୁ କୌଣସି ମଜା କଥା ବୋଲି ନିଶ୍ଚିତ ଭାବିବେ। କିନ୍ତୁ ଆଗାମୀ ଦିନରେ ମଣିଷ ନିଜ ଶରୀର ଦ୍ୱାରା ହିଁ ଇଲେଟ୍ରନିକ ଡିଭାଇସକୁ ଚାର୍ଜ କରିପାରିବେ। ଜର୍ନାଲ ରିନ୍ୟୁଆଲ ଏନର୍ଜିରେ ପ୍ରକାଶିତ ରିପୋର୍ଟ ମୁତାବକ, ଥର୍ମୋସେଲ ସାହାଯ୍ୟରେ ମଣିଷ ଶରୀର, ଆଖପାଖ ବାତାବରଣ ଏବଂ ତାପମାନର ଇଲେକ୍ଟ୍ରିସିଟି ଉତ୍ପନ୍ନ କରାଯାଇପାରିବ। ଥର୍ମୋସେଲ ଟାଇପର ଡିଭାଇସ ସେମିକଣ୍ଡକ୍ଟର ତୁଳନାରେ ବହୁତ ଭଲ, କିନ୍ତୁ ଆଉଟପୁଟ ମାମଲାରେ ବହୁତ ଦୁର୍ବଳ।

mobile

ଏହି ସମସ୍ୟାର ସମାଧାନ କରିବା ପାଇଁ ଋଷର ନ୍ୟାସନାଲ ୟୁନିଭରସିଟି ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି MISiS ର ବୈଜ୍ଞାନିକ ଥର୍ମୋସେଲ ସହିତ ମେଟାଲ ଅକ୍ସସାଇଡ ଇଲେକ୍ଟ୍ରାଡ ଏବଂ ଏକ୍ୟୁଅସ ଇଲେଟ୍ରୋଲାଇଟକୁ ନେଇ ଅଧ୍ୟୟନ କରାଯାଉଛି। ସେମାନଙ୍କ ମତରେ, ମଣିଷ ଶରୀରରେ ତାପମାତ୍ରାର ବ୍ୟବହାର ଉର୍ଜା ପାଇଁ କରାଯାଇପାରିବ।

charge

ଭବିଷ୍ୟତରେ ଏକ ଇଲେକ୍ଟ୍ରୋକେମିକାଲ ସୁପରକେପେସିଟର ନିର୍ମାଣ କରାଯାଇପାରିବ, ଯାହା ସାହାଯ୍ୟରେ ଗରମରୁ ଚାର୍ଜ ହୋଇପାରିବ ଏବଂ ଉର୍ଜାଙ୍କୁ ଅଧିକ ସମୟ ପର୍ଯ୍ୟନ୍ତ ସଂଚୟ କରି ରଖାଯାଇପାରିବ। ଅଧ୍ୟୟନ କରୁଥିବା ବୈଜ୍ଞାନିକଙ୍କ ମୁତାବକ ଏହି ଟେକନିକର ବ୍ୟବହାର ଭବିଷ୍ୟତରେ ଏପରି କପଡା ପ୍ରସ୍ତୁତ କରାଯିବ ଯେଉଁଥିରେ ଇଲେକଟ୍ରିକ ବ୍ୟାଟେରୀ ରହିବ ଏବଂ ତାହା ଶରୀର ଏବଂ ବାତାବରଣ ତାପମାନ ଅନୁଯାୟୀ ଚାର୍ଜ ହୋଇପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.