ରାଜ୍ୟରେ ଆଉ ୧୨ ଜଣଙ୍କ ଜୀବନ ନେଲା ମାରାତ୍ମକ କରୋନା, ମୃତକଙ୍କ ସଂଖ୍ୟା ୪୮୨କୁ ବୃଦ୍ଧି

ଭୁବନେଶ୍ୱର:  ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୧୨ ଜଣଙ୍କ ଜୀବନ ନେଇଛି କରୋନା । ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୪୮୨କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଗଂଜାମ ଜିଲ୍ଲାରୁ ୪ ଜଣ, ଭୁବନେଶ୍ୱରରୁ ଜଣେ, କଟକରୁ ଜଣେ, ଯାଜପୁରରୁ ଜଣେ, ମାଲକାନଗିରି, ନବରଙ୍ଗପୁର, ପୁରୀ, ରାୟଗଡା, ସୁନ୍ଦରଗଡରୁ ଜଣେ ଲେଖାଏଁ ଥିବା ଜଣାଯାଇଛି ।

– ରାଜଧାନୀ ଭୁବନେଶ୍ୱରରୁ ଜଣେ ୫୩ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ସେ ପୂର୍ବରୁ ମଧୁମେହ ଓ ହାଇ ପରଟେନସନରେ ଆକ୍ରାନ୍ତ ଥିଲେ ।

– କଟକର ଜଣେ ୬୩ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଜୀବନ ବି କରୋନାରେ ଯାଇଥିବା ଜଣାଯାଇଛି । ସେ ମଧ୍ୟ ପୂର୍ବରୁ ମଧୁମେହ ଓ ଉଚ୍ହାରକ୍ତଚାପ ଜନିତ ରୋଗରେ ଆକ୍ରାନ୍ତ ଥିଲେ ।

– ସେପଟେ ଗଂଜାମର ଜଣେ ୩୫ ବର୍ଷୀୟ ଯୁବକଙ୍କ ମୃତ୍ୟୁ ବି କରୋନାରେ ଯାଇଛି ।

– ଗଂଜାମର ଜଣେ ୩୦ ବର୍ଷୀୟ ଯୁବକଙ୍କ ମୃତ୍ୟୁ ବି କରୋନାରେ ହୋଇଛି ।

– ଗଂଜାମର ଜଣେ ୬୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ପୂର୍ବରୁ ହାଇପରଟେନସନ, ହାଇପର ଥ୍ରୀୟୋ ଜମ ପରି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଇ ଆସୁଥିଲେ ।

– ସେହି ଗଂଜାମର ଜଣେ ୫୦ ବର୍ଷ ବୟସ୍କ ମୃତ୍ୟୁ ହୋଇଛି ।

– ଯାଜପୁରର ଜଣେ ୬୨ ବର୍ଷୀୟା ମହିଳାଙ୍କ ମୃତ୍ୟୁ ବି ହୋଇଛି । ସେ ପୂର୍ବରୁ ଡାଇବେଟିସରେ ଆକ୍ରାନ୍ତ ଥିଲେ ।

-ମାଲକାନଗିରିର ଜଣେ ୫୯ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଜୀବନ କରୋନାରେ ଯାଇଛି ।

-ନବରଙ୍ଗପୁରର ଜଣେ ୬୨ ବର୍ଷୀୟ ବୃଦ୍ଧ ବି ପ୍ରାଣ ହରାଇଛନ୍ତି । ସେ ପୂର୍ବରୁ ଡାଇବେଟିସ ଓ ଆସ୍ଥମା ରୋଗରେ ପୀଡିତ ଥିଲେ ।

– ପୁରୀର ଜଣେ ୪୮ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ସେ ପୂର୍ବରୁ ଯକୃତ ସଂକ୍ରମଣର ଶିକାର ଥିଲେ ।

– ରାୟଗଡାର ଜଣେ ୭୦ ବର୍ଷୀୟ ବୃଦ୍ଧ ଓ ସୁନ୍ଦରଗଡ଼ର ଜଣେ ୫୯ ବର୍ଷୀୟ ବ୍ୟକ୍ତିଙ୍କ ଜୀବନ ବି ଏହି କରୋନା ଯୋଗୁଁ ଯାଇଥିବା ନେଇ ରିପୋର୍ଟ ଆସିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.