Below header

ଗୁରୁ ଦିବସକୁ କଳା ଦିବସ ଭାବେ ପାଳନ କରୁଛି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ

ଭୁବନେଶ୍ୱର (କେନ୍ୟୁଜ୍) : ଲୋୟର ପିଏମଜିରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ଆଜି ଗୁରୁଦିବସକୁ କଳାଦିବସ ଭାବେ ପାଳନ କରୁଛନ୍ତି । କଳାବ୍ୟାଜ ପିନ୍ଧି ପ୍ରତିବାଦ ଜଣାଉଛନ୍ତି । ଆସନ୍ତାକାଲିଠୁ ସବୁ ବ୍ଲକ ଗ୍ରାଣ୍ଟ ସ୍କୁଲ ଓ କଲେଜରେ ତାଲା ପଡ଼ିବ । ସେହିପରି ୭ ତାରିଖରୁ ସବୁ ବିଧାୟକଙ୍କ ସରକାରୀ ବାସଭବନ ସାମନାରେ ଆନ୍ଦୋଳନ କରାଯିବ ବୋଲି ମଞ୍ଚ ଚେତାଇ ଦେଇଛି । ଅନୁଦାନ ଯୋଗ୍ୟ ଦିନଠାରୁ ପୂର୍ଣ୍ଣ ଅନୁଦାନ ସହ ସମସ୍ତ ସୁବିଧା ସୁଯୋଗ ପ୍ରଦାନ,ସପ୍ତମ ବେତନ କମିସନ ସୁପାରିସ ଲାଗୁ, ବକେୟା ଦରମା ପ୍ରଦାନ ଆଦି ବିଭିନ୍ନ ଦାବି ନେଇ ଆନ୍ଦୋଳନ ଜାରି ରଖିଛି ମଞ୍ଚ ।

ଭୁବନେଶ୍ୱର ଲୋୟର ପିଏମଜିରେ ଆନ୍ଦୋଳନକୁ ଆଜି ୨୧ଦିନରେ ପହଞ୍ଚିଛି । ସେପଟେ ଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର କହିଛନ୍ତି, କଳା ଦିବସ ପାଳନ କରିବା ଗ୍ରହଣୀୟ ନୁହେଁ । ଏହାଦ୍ୱାରା ସେମାନଙ୍କର ସମ୍ମାନହାନି ହେବ । ସରକାର ସେମାନଙ୍କର ଦାବିକୁ ବିଚାର କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.