ରାଜ୍ୟ ସରକାରଙ୍କ ତରଫରୁ ଶ୍ରେଷ୍ଠ ଶିକ୍ଷକ ସମ୍ମାନ ଉତ୍ସବ ବାତିଲ : ଗୋପନୀନାଥ ପଟ୍ଟନାୟକ ଶ୍ରେଷ୍ଠ ଶିକ୍ଷକ ଭାବେ ମନୋନୀତ

ଭୁବନେଶ୍ୱର (କେନ୍ୟୁଜ୍) : ରାଜ୍ୟ ସରକାରଙ୍କ ତରଫରୁ ଶିକ୍ଷକଙ୍କୁ ଆଜି ପ୍ରଦାନ କରାଯିବାକୁ ଥିବା ଶ୍ରେଷ୍ଠ ଶିକ୍ଷକ ସମ୍ମାନ ଉତ୍ସବକୁ ବାତିଲ କରାଯାଇଛି। ଏଥର ସମ୍ମାନିତ ହେବାକୁ ଥିବା ଶିକ୍ଷକଙ୍କ ଭିତରୁ ଜଣେ ଥିଲେ, ଗଞ୍ଜାମ ଦିଗପହଣ୍ଡି ବ୍ଲକ କେଦାରପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପନୀନାଥ ପଟ୍ଟନାୟକ। ତାଙ୍କୁ ଚଳିତ ବର୍ଷର ଶ୍ରେଷ୍ଠ ଶିକ୍ଷକ ଭାବେ ମନୋନୀତ କରାଯାଇଛି। ଗୋପୀନାଥ ଶିକ୍ଷକତା ସହ ସ୍କୁଲ ପରିବେଶକୁ ସୁନ୍ଦରଭାବେ ଗଢ଼ି ତୋଳିଛନ୍ତି। ଗାଁରେ ପରିବେଶ ଓ ପରିମଳ ସଚେତନତା ଶୋଭାଯାତ୍ରା କରିବା ସହ ସ୍କୁଲରେ ପିଲାଙ୍କ ପାଇଁ କରିଛନ୍ତି ପାଠାଗାର। ସରକାରଙ୍କ ମୋ ସ୍କୁଲ ଅଭିଯାନକୁ ସଫଳତାର ସହ ଆଗକୁ ବଢାଇଛନ୍ତି। ଗୋପୀନାଥଙ୍କୁ ପୂର୍ବରୁ ପ୍ରକୃତି ବନ୍ଧୁ, ପ୍ରକୃତି ମିତ୍ର ସହ ଜିଲ୍ଲାରେ ଶ୍ରେଷ୍ଠ ଶିକ୍ଷକ ଭାବେ ସମ୍ମାନୀତ କରାଯାଇଥିଲା।

Leave A Reply

Your email address will not be published.