ଗୁରୁ ଦିବସରେ ଆଜି ଦେଶର ଆଦର୍ଶ ଶିକ୍ଷକଙ୍କୁ ସମ୍ମାନିତ କରିବେ କେନ୍ଦ୍ର ସରକାର

ଆଜି ପବିତ୍ର ଗୁରୁ ଦିବସ । ବିଶିଷ୍ଟ ଦାର୍ଶନିକ ତଥା ପୂର୍ବତନ ରାଷ୍ଟ୍ରପତି ସାର୍‌ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ । ଗୁରୁ-ଶିଷ୍ୟ ପରମ୍ପରାର ଅପୂର୍ବ ନିଦର୍ଶନ ସ୍ୱରୂପ ଏହି ଦିବସ ପାଳିତ ହୋଇଆସୁଛି। ଏହି ଅବସରରେ ବିଭିନ୍ନ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ମାନଙ୍କରେ ଶିକ୍ଷକ ମାନଙ୍କୁ ପୂଜା କରାଯାଇଥାଏ। ଡକ୍ଟର ରାଧାକ୍ରିଷ୍ଣନ ଏକାଧାରରେ ଜଣେ ଶିକ୍ଷକ, ଶିକ୍ଷାବିତ୍‌, ଦାର୍ଶନିକ କୁଟନୀତିଜ୍ଞ। ଗୁରୁ ଦିବସ ଅବସରରେ ଆଜି ଦେଶର ଆଦର୍ଶ ଶିକ୍ଷକଙ୍କୁ ସମ୍ମାନିତ କରିବେ କେନ୍ଦ୍ର ସରକାର । ସମ୍ମାନିତ ହେବାକୁ ଥିବା ସମସ୍ତ ଶିକ୍ଷକଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶାରୁ ଏକ ମାତ୍ର ଶିକ୍ଷକ ଭାବେ ମନୋନୀତ ହୋଇଛନ୍ତି ଜୟପୁର ସରକାରୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଓମ୍‌ ପ୍ରକାଶ ମିଶ୍ର। ଉପାନ୍ତ ଅଂଚଳରେ ପିଲାଙ୍କୁ ଶିକ୍ଷାଦାନରେ ଓମ୍‌ ପ୍ରକାଶଙ୍କ ଅବଦାନକୁ ମୋଦି ପ୍ରଶଂସା କରିଥିଲେ। ଏ ନେଇ ଟ୍ଵିଟ୍‌ କରି ଓମ୍‌ପ୍ରକାଶଙ୍କ ବିଜ୍ଞାନ ଓ ଗଣିତ ଶିକ୍ଷାଦାନ ପଦ୍ଧତି ପ୍ରଶଂସନୀୟ ବୋଲି ପ୍ରଧାନମନ୍ତ୍ରୀ ଲେଖିଛନ୍ତି।

Leave A Reply

Your email address will not be published.