ଏପ୍ରିଲ ମାସ ପାଇଁ ଗାଇଡ଼ଲାଇନ ଜାରି କଲେ ରାଜ୍ୟ ସରକାର, ଜାଣନ୍ତୁ କଣ ରହିଛି କଟକଣା

କେନ୍ୟୁଜ୍(ବ୍ୟୁରୋ): ଏପ୍ରିଲ ମାସ ପାଇଁ ଗାଇଡ଼ଲାଇନ ଜାରି କଲେ ରାଜ୍ୟ ସରକାର। କରୋନାର ଦ୍ବିତୀୟ ଲହରୀକୁ ଆଖିଆଗରେ ରଖି କିଛି କଟକଣା ଓ କିଛି କଟକଣା ମୁକ୍ତ କରିଛନ୍ତି। ନଜର ପକାନ୍ତୁ  କଣ କଣ  ରହିଛି କଟକଣା।

  • RTPCR ଟେଷ୍ଟିଂ ଯଥା ସମ୍ଭବ ଅଧିକା କରିବାକୁ  ନିର୍ଦ୍ଦେଶ
  • ଟେଷ୍ଟିଂ,ଟ୍ରାକିଂ ଓ ଟ୍ରିଟମେଣ୍ଟକୁ ଗୁରୁତ୍ବ ଦେବାକୁ  ନିର୍ଦ୍ଦେଶ
  • ଘରକୁ ଘର ବୁଲି ସର୍ଭେଲାନ୍ସ ଉପରେ ଗୁରୁତ୍ୱ
  • ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରିବାକୁ ନିର୍ଦ୍ଦେଶ
  •  କଣ୍ଟେନ୍‌ମେଣ୍ଟ ଘୋଷଣା କରିପାରିବେ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନର
  •  ବିଶାଳ ଜନ ସମାଗମକୁ ନିଷେଧ କଲେ ରାଜ୍ୟ ସରକାର
  • ସାମାଜିକ, ସାଂସ୍କୃତିକ, ଧାର୍ମିକ ଓ ରାଜନୈତିକ କାର୍ଯ୍ୟକ୍ରମରେ ସର୍ବାଧିକ ୨୦୦ ଲୋକଙ୍କୁ ଅନୁମତି
  • ଖୋଲା ପଡ଼ିଆରେ ସଭା ଆୟେଜନ ପାଇଁ ଅନୁମତି ଦେଇପାରିବେ ଜିଲ୍ଲାପାଳ
  • ସ୍କୁଲ ଓ ହଷ୍ଟେଲ୍‌ ଖୋଲିବା ନିଷ୍ପତ୍ତି ନେବେ ରାଜ୍ୟ ସରକାର

ପିପିଲି ଉପନିର୍ବାଚନ ଗାଇଡ଼ଲାଇନ

ଏହା ସହିତ ପିପିଲି ଉପନିର୍ବାଚନ ପାଇଁ ଗାଇଡ଼ଲାଇନ ଜାରି କରିଛନ୍ତି ଏସଆରସି। ସଭା ସମିତି ପାଇଁ ଆବଦ୍ଧ କ୍ଷେତ୍ରରେ କ୍ଷମତାର ୫୦ ପ୍ରତିଶତଙ୍କୁ ନେଇ ସଭା କରାଯାଇପାରିବ । ଅତିବେଶୀରେ ୨ଶହ ଲୋକ ଯୋଗଦେବେ । ସମସ୍ତଙ୍କ ପାଇଁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ଓ ହ୍ୟାଣ୍ଡ ସାନିଟାଇଜ ବାଧ୍ୟତା ମୂଳକ ।

ରାଜନୈତିକ କାର୍ଯ୍ୟକ୍ରମରେ କୋଭିଡ କଟକଣା

ସେହିପରି ଖୋଲା ସ୍ଥାନରେ ରାଜନୈତିକ କାର୍ଯ୍ୟକ୍ରମରେ କୋଭିଡ କଟକଣାରେ କେତେ ଲୋକ ଭାଗ ନେଇପାରିବେ ସେନେଇ ଜିଲ୍ଲା ପ୍ରଶାସନ ଅନୁମତି ଦେବେ । ଆଗକୁ ଆସୁଥିବା ବିଭିନ୍ନ ପର୍ବପର୍ବାଣୀ, ଧାର୍ମିକ ଓ ସାମାଜିକ କାର୍ଯ୍ୟକ୍ରମ ପାଇଁ କୋଭିଡ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରାଯିବ ।

ଧାର୍ମିକ ଅନୁଷ୍ଠାନରେ କଟକଣା

ଧାର୍ମିକ ଅନୁଷ୍ଠାନରେ ରୀତିନୀତି ପାଇଁ ପୂଜାର୍ଚ୍ଚନା କରାଯିବ । ହେଲେ ଏସବୁ ଉତ୍ସବରେ ସାଧାରଣରେ ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି । ସ୍କୁଲ ଖୋଲିବ କିମ୍ବା ନାହିଁ ସେନେଇ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବେ । କୋଭିଡ ନିୟମକୁ କଡ଼ାକଡ଼ି ପାଳନ କରିବେ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.