Below header

ହିରୋଇନ ହେବା ଆଶାରେ ବେଶ୍ୟାବୃତ୍ତି ଆପଣାଇ ହାଜତରେ ପଶିଥିଲେ ଏହିସବୁ ଅଭିନେତ୍ରୀ

କଥାରେ ଅଛି, ‘ଦୂର ପାହାଡ ସୁନ୍ଦର ଦିଶେ’। ଅର୍ଥାତ ଦୂରରୁ ସବୁକିଛି ସୁନ୍ଦର ଦେଖାଯାଏ। ମାତ୍ର ପାଖକୁ ଗଲେ ଜଣାପଡେ ଅସଲି କଥା। ଏଭଳି କିଛି କଥା ମନୋରଞ୍ଜନ ଦୁନିଆ ପାଇଁ ବି ପ୍ରଯୁଜ୍ୟ। ମନୋରଞ୍ଜନ ଦୁନିଆ ଦୂରରୁ ସମସ୍ତଙ୍କୁ ଭଲ ଦେଖାଯାଏ। ସେଥିପାଇଁ ତ ଏଥିରେ ଥିବା ସେଲିବ୍ରେଟୀ ମାନଙ୍କୁ ଦେଖିଲେ ଇଚ୍ଛା ହୁଏ , କାସ୍‌ ଆମର ବି ଏମିତି ଜୀବନ ହୋଇଥାଆନ୍ତା। ଆମେବି ଏମିତି ବିଳାସବେଶନରେ ଜୀବନ ଅତିବାହିତ କରୁଥାନ୍ତୁ ’।

ଏହି ଦୁନିଆରେ ସମସ୍ତେ ନିଜ କ୍ୟାରିଅର ଗଢ଼ିବାକୁ ଚାହିଁଥାନ୍ତି। କିନ୍ତୁ ଷ୍ଟ୍ରଗଲ ଅନେକ ମାତ୍ରାରେ ଲୋକଙ୍କ ଏହି ସ୍ୱପ୍ନ ଉପରେ ପ୍ରଭାବ ପକାଇଥାଏ। ସବୁ ସ୍ଥାନ ପରି ଏଠାରେ କଷ୍ଟ କରିବାକୁ ପଡେ। ତା’ ସହ ଭାଗ୍ୟ ଅନେକ ମାତ୍ରାରେ ପରୀକ୍ଷା ମଧ୍ୟ ନିଏ। ଖାସ୍‌ କରି ଝିିଅମାନେ ହିରୋଇନ ହେବା ଆଶାରେ ଏଠାକୁ ଆସିଥାନ୍ତି। କିନ୍ତୁ ନାମ ତାଙ୍କର ଅଲଗା କାମକୁ ନେଇ ଉଠେ। ମନୋରଞ୍ଜନ ଜଗତରେ କିଛି ଏମିତି ଅଭିନେତ୍ରୀ ଅଛନ୍ତି ଯାହାଙ୍କ ନାମ ବେଶ୍ୟାବୃତ୍ତିରେ ଚର୍ଚ୍ଚାକୁ ଆସିଛି। ଆମେ ଆଜି କହିବୁ ଆପଣଙ୍କୁ ସେହି ହିରୋଇନ ମାନଙ୍କ ବିଷୟରେ।

ଶ୍ୱେତା ବସୁ ପ୍ରସାଦ:

ନାଗେଶ କୁକୁନୁରଙ୍କ ଫିଲ୍ମ ‘ଇକବାଲ’ରୁ ଶ୍ୱେତା ବସୁ ହିନ୍ଦୀ ସିନେମାରେ ଡେବ୍ୟୁ କରିଥିଲେ। ଏହାପରେ ସେ ‘ମକଡ଼ୀ’ରେ ନଜର ଆସିଥିଲେ। ଏହି ଫିଲ୍ମରେ ସେ ନିଜର ଦମଦାର ଅଭିନୟ କରି ବେଷ୍ଟ ଚାଇଲଡ୍‌ ଆର୍ଟିଷ୍ଟର ରାଷ୍ଟ୍ରି୍ୟ ପୁରସ୍କାର ଜିତିଥିଲେ। ତେବେ ଶ୍ୱେତାଙ୍କ ନାମ ୨୦୧୪ରେ ହାଇଦରାବାଦ ସ୍ଥିତ ବଞ୍ଜାରା ହିଲ୍ସରେ ଚାଲୁଥିବା ସେସ୍କ ରାକେଟ୍‌ ରେ ସମ୍ନାକୁ ଆସିଥିଲା। ଶ୍ୱେତା ସେ ସମୟରେ ରେସକ୍ୟୁ ହୋମରେ ୨ମାସ ରହି ପରେ ଘରକୁ ଫେରିଥିଲେ।

sweta8000
pc: india forums

ଶର୍ଲିନ ଚୋପଡା:

ବଲିଉଡର ବୋଲ୍ଡ ଓ ଗ୍ଲାମରେସ ଦୁନିଆରେ ଅଭିନେତ୍ରୀ ଶର୍ଲିନ ଚୋପଡାଙ୍କ ନାଁ ମଧ୍ୟ ସେକ୍ସ ରାକେଟ୍‌ ରେ ସାମ୍ନାକୁ ଆସିଛି। ବେଶ୍ୟାବୃତ୍ତିକୁ ନେଇ ଶର୍ଲିନ ସୋସିଆଲ ମିଡିଆରେ ନିଜେ ପୋଷ୍ଟ କରି ଏହାକୁ ମାନିଥିଲେ। କିନ୍ତୁ ଏହାକୁ ଦେଖି କିଛି ଲୋକ ପବ୍ଳିସିଟିର ନାଁ ଦେଇଥିଲେ।

sweta80
pc: times of india

ଦିବ୍ୟା ଶ୍ରୀ:

ଦକ୍ଷିଣ ଭାରତର ପ୍ରସିଦ୍ଧ ଅଭିନେତ୍ରୀ ଦିବ୍ୟା ଶ୍ରୀଙ୍କ ନାଁ ମଧ୍ୟ ସେକ୍ସ ରାକେଟ୍‌ ରେ ସାମ୍ନାକୁ ଆସିଥିଲା। ସୂଚନା ଅନୁଯାୟୀ, ପୋଲିସ ଆନ୍ଧ୍ରପ୍ରଦେଶର ଗୁଂଟୁରରୁ ଦିବ୍ୟାଙ୍କୁ ଗିରଫ କରିଥିଲେ।

ମିଷ୍ଟି ମୁଖାର୍ଜି:

୨୦୧୪ରେ ପୋଲିସ ମିଷ୍ଟିଙ୍କୁ ବେଶ୍ୟାବୃତ୍ତିରେ ଗିରଫ କରିଥିଲା। ଏହାପରେ ହାଇପ୍ରୋଫାଇଲ ସେକ୍ସ ରାକେଟର ଖୁଲାସା ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.