ଷ୍ଟୁଡିଓରେ ଓଡ଼ିଶାର ପ୍ରଥମ ନାଗରିକ, ‘ଏ ମାଟି ଓଡ଼ିଶା ଓ ଜାତି ଓଡ଼ିଆ’ ଗୀତରେ କଣ୍ଠଦାନ କଲେ ରାଜ୍ୟପାଳ

କେନ୍ୟୁଜ୍(ବ୍ୟୁରୋ):  ‘ଏ ମାଟି ଓଡ଼ିଶା, ଏ ଜାତି ଓଡ଼ିଆ’ର ଟିଜର ରିଲିଜ । ଆସନ୍ତାକାଲି ଉତ୍କଳ ଦିବସ ଅବସରରେ ଏହି ଦେଶାତ୍ମବୋଧକ ସଙ୍ଗୀତ ରିଲିଜ ହେବ । ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ କଣ୍ଠଦାନ କରିଛନ୍ତି । ଭୁବନେଶ୍ୱରର ଏକ ଷ୍ଟୁଡିଓରେ ଗୀତଟିର ଡବିଂ ହୋଇଛି । ସଙ୍ଗୀତଟି ଓଡ଼ିଆ ସଂସ୍କୃତି ଓ ପରଂପରା ଉପରେ ପର୍ଯ୍ୟବେଷିତ ।

ଓଡ଼ିଶାରେ ଲୁଚି ଯାଉଥିବା କଥା ଓ ଶବ୍ଦ ଏଥିରେ ସ୍ଥାନ ପାଇଛି । ରାଜ୍ୟର ଆଗ ଧାଡିର ୧୪ ଜଣ କଣ୍ଠଶିଳ୍ପୀ ସଙ୍ଗୀତରେ କଣ୍ଠଦାନ କରିଛନ୍ତି । ବସନ୍ତରାଜ ସାମଲ ରଚନା କରିଥିବା ବେଳେ ପ୍ରେମାନନ୍ଦ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.