Below header

ସନ୍ଧ୍ୟାରେ ଚା ସହିତ ନିଅନ୍ତୁ ନମକିନର ମଜା, ସ୍ୱାଦ ହୋଇଯିବ ଦ୍ୱିଗୁଣା

ଚା ସହିତ କିଛି ନମକିନ୍ ନଥିଲେ ମଜା ଆସିନଥାଏ। ତେଣୁ ଆଜି ଆମେ ଆପଣଙ୍କ ଇଚ୍ଛାକୁ ପୂରଣ କରିବାକୁ ଯାଇ ଆପଣଙ୍କ ପାଇଁ ନେଇ ଆସିଛୁ ଖାସ୍ତା ନମକିନ୍‌। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବା ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ୫୦୦ ଗ୍ରାମ ମଇଦା
  • ଏକ କପ୍ ତେଲ
  • ୧ ଚାମଚ ଜୁଆଣୀ
  • ଏକ ଚାମଚ ଚାଟ ମସଲା
  • ସ୍ୱାଦାନୁସାରେ ପାଣି

ପ୍ରସ୍ତୁତି ପ୍ରଣାଳୀ

ଏକ ପାତ୍ରରେ ମଇଦା, ତେଲ, ଲୁଣ ଏବଂ ଜୁଆଣୀ ପକାଇ ସବୁକୁ ଭଲଭାବେ ମିକ୍ସ କରିଦିଅନ୍ତୁ।
ଏହାପରେ ଏଥିରେ ଅଳ୍ପ ଉଷୁମ ପାଣି ପକାଇ ଟାଣ ଚକଟି ଦିଅନ୍ତୁ। ଏହାକୁ ୨୦ ମିନିଟ ପର‌୍ୟ୍ୟନ୍ତ ଘୋଡାଇ ରଖନ୍ତୁ।
ଏବେ ଏହାର ବଡ ବଡ ଗୋଲା ବନାଇ ଦିଅନ୍ତୁ ଏବଂ ରୁଟି ଭଳି ବେଲି ଦିଅନ୍ତୁ।
ଏବେ ଏହି ବେଲିଥିବା ପରଟାକୁ ଛୁରିରେ ଛୋଟ ଛୋଟ ସାଇଜରେ କାଟି ଦିଅନ୍ତୁ।
ଏମିତି ଅନ୍ୟ ସବୁ ଗୋଲାକୁ ବି କାଟି ମିଡିୟମ ଆଞ୍ଚରେ ଗରମ କରନ୍ତୁ।
ତେଲ ଗରମ ହେବା ପରେ ଏହାକୁ ହାଲକା ସୁନେଲୀ ରଙ୍ଗ ହେବା ପର‌୍ୟ୍ୟନ୍ତ ଛାଣନ୍ତୁ।
ଏହା ହୋଇଗଲା ପରେ ଏହା ଉପରେ ଚାଟ ମସଲା ପକାଇ ଏକ ଏୟାର ଟାଇଟ କଣ୍ଟେନରରେ ଭରି ଷ୍ଟୋର କରିପାରିବେ।
ଏହାକୁ ଆପଣ ଚା ଏବଂ କଫି ସହିତ ଖାଇ ଏହାର ମଜା ଉଠାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.