ଖରାଦିନେ ଗର୍ଭବତୀ ମହିଳା ଆଖୁ ରସ ପିଇବା ଆଗରୁ ଜାଣି ରଖନ୍ତୁ ଏହି ସବୁ କଥା

ଦିନକୁ ଦିନ ଗ୍ରୀଷ୍ମ ତାତି ବଢ଼ିବାରେ ଲାଗିଛି। ଟାଣ ଖରାକୁ ନଜରରେ ରଖି ବଜାରରେ ଆଖୁ ରସ ପ୍ରବଳ ମାତ୍ରାରେ ବିକ୍ରି ହେଉଛି। କାରଣ, ଆଖୁ ରସ ଖରାଦିନେ ଶରୀରକୁ ଡାଇଡ୍ରେଟେଡ୍‌ ରଖିବାରେ ସହାୟକ ହୋଇଥାଏ। ଏଥିରେ ଭିଟାମିନ ଏ, ବି୧, ବି୨, ବି୩, ବି୫, ବି୬ ଏବଂ ଭିଟାମିନ ସି ପ୍ରଚୁର ପରିମାଣରେ ରହିଛି। ଏଥିସହିତ ମ୍ୟାଗ୍ନେସିୟମ, ଆଇରନ ଏବଂ କ୍ୟାଲସିୟମ ମଧ୍ୟ ଭରପୂର ମାତ୍ରାରେ ମିଳିଥାଏ।

କିନ୍ତୁ ଗର୍ଭବତୀ ମହିଳାଙ୍କୁ ଖରାଦିନେ ଆଖୁ ରସ ପିଇବା ପୂର୍ବରୁ କିଛି କଥା ଉପରେ ବିଶେଷ ଧ୍ୟାନ ରଖିବାକୁ ହେବ। କାରଣ, ଗର୍ଭାବସ୍ଥାରେ ମହିଳା ଯାହା ବି କିଛି ଖାଆନ୍ତି ଅବା ପିଅନ୍ତି, ତାହାର ସିଧା ପ୍ରଭାବ ଗର୍ଭସ୍ଥ ଶିଶୁ ଉପରେ ପଡ଼ିଥାଏ। ଆଜି ଆମେ ଆପଣଙ୍କୁ କହିବୁ ଗର୍ଭାବସ୍ଥାରେ ଆଖୁ ରସ ପିଇବା ଶରୀର ପାଇଁ ଲାଭଦାୟକ ହୋଇଥାଏ କି କ୍ଷତିକାରକ।

୧. ଗର୍ଭାବସ୍ଥାରେ ମହିଳାମାନେ କବ୍‌ଜ ସମସ୍ୟା ଦେଇ ଗତି କରିଥାଆନ୍ତି। ଏମିତିରେ ଯଦି ଆପଣ ଆଖୁ ରସ ପିଇବେ, ତା’ହେଲେ କବ୍‌ଜରୁ ମୁକ୍ତି ପାଇପାରିବେ।

୨. ଗର୍ଭାବସ୍ଥାରେ ଡାଏଟ୍‌ରେ ଏମିତି କିଛି ଜିନିଷ ସାମିଲ କରିବା ଉଚିତ, ଯାହା ପୋଷକ ତତ୍ତ୍ୱରେ ଭରପୂର ରହିଥାଏ। ଆଖୁ ରସରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ଭରି ରହିଛି। ଏହା ପ୍ରେଗନାନ୍ସିରେ ଏକ ଆଣ୍ଟି ଅକ୍ସିଡେଣ୍ଟ ରୂପେ କାମ କରିଥାଏ।

୩. ଗର୍ଭାବସ୍ଥା ଥକ୍କାପଣ ଏବଂ ରୋଗରୁ ମୁକ୍ତି ପାଇବା ପାଇଁ ଆଖୁ ରସ ବହୁତ ଫାଇଦାଯୁକ୍ତ ହୋଇଥାଏ। ଏହାକୁ ପିଇବା ଦ୍ୱାରା ଇମ୍ୟୁନିଟି ବଢ଼ିଥାଏ।

୪. ଗର୍ଭାବସ୍ଥାରେ ଆଖୁ ଜୁସ୍‌ ବା ଆଖୁ ରସ ପିଇବା ପୂର୍ବରୁ ସଫା ସୁତରା ଉପରେ ବିଶେଷ ଧ୍ୟାନ ରଖିବା ଉଚିତ। ରାସ୍ତା କଡ଼ରୁ ଆଖୁ ରସ ପିଇବାଠୁ ଦୂରେଇ ରୁହନ୍ତୁ। ଏହାଦ୍ୱାରା ଆପଣଙ୍କୁ ଫୁଡ୍‌ ପଏଜନିଙ୍ଗ୍‌ ବା ଇନ୍‌ଫେକ୍ସନ ସମସ୍ୟା ହୋଇପାରେ।

୫. ଆଖୁରେ ସୁଗାର ଉଚ୍ଚ ମାତ୍ରାରେ ରହିଛି। ଏହାକୁ ଅଧିକ ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.