Below header

ପୂର୍ବତନ ପ୍ରେମିକାଙ୍କ ଖୁଲାସା ପରେ ବିବାଦରେ ବୋରିସ୍‌ ଜନସନ, ପ୍ରେମିକା କହିଲେ, ‘ଡ୍ୟୁଟି ସମୟରେ ଶେୟାର କରୁଥିଲେ ସେକ୍ସୁଆଲ ଫଟୋ’

ଆମେରିକାର ଜଣେ ମହିଳା ଉଦ୍ୟୋଗପତିଙ୍କ ଦାବିକୁ ନେଇ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ ବିବାଦ ଘେରକୁ ଚାଲି ଆସିଛନ୍ତି। ଉଦ୍ୟୋଗପତି ଜେନିଫର ଅର୍କରୀ ଦାବି କରିଛନ୍ତି କି, ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ ତାଙ୍କ ସହିତ ଅନେକ ଥର ଯୌନ ସମ୍ବନ୍ଧ ବନାଇଛନ୍ତି। ତେବେ ଏହି ମାମଲାକୁ ନେଇ ବୋରିସ୍‌ଙ୍କ ବିରୋଧରେ ତଦନ୍ତ ବି ଆରମ୍ଭ ହୋଇଯାଇଛି।

ଜେନିଫର କହିଛନ୍ତି କି, ତାଙ୍କର ଏବଂ ବୋରିସ୍‌ ଜନସନଙ୍କ ରିଲେସନଶିପ୍‌ ୨୦୧୨ରୁ ୨୦୧୬ ପର୍ଯ୍ୟନ୍ତ ଅର୍ଥାତ୍‌ ପାଖାପାଖି ୪ ବର୍ଷ ଧରି ଚାଲିଲା। ସେହି ସମୟରେ ଜନସନ ଲଣ୍ଡନର ମେୟର ଥିଲେ ଏବଂ ନିଜ ପୂର୍ବ ପତ୍ନୀ ମରୀନା ହ୍ଵିଲରଙ୍କୁ ବିବାହ କରି ସାରିଥିଲେ।

ଏକ ଇଣ୍ଟରଭ୍ୟୁରେ ଜେନିଫର କହିଛନ୍ତି, ସେମାନେ ୨୦୧୧ରେ ଏକ କାର୍ଯ୍ୟକ୍ରମରେ ପରସ୍ପରକୁ ପ୍ରଥମ ଥର ଭେଟିଥିଲେ। ଏହାର ପରବର୍ଷ ମେୟର ପାଇଁ ହେବାକୁ ଥିବା ଉପନିର୍ବାଚନରେ ସେ ବୋରିସ୍‌ଙ୍କ କ୍ୟାମ୍ପେନ୍‌ ଲାଗି ଭଲ୍ୟୁଣ୍ଟିୟର କାମ କରିଥିଲେ। ଲଣ୍ଡନରେ ତାଙ୍କ ଫ୍ଲାଟ୍‌ରେ ହିଁ ଦୁଇଜଣଙ୍କ ମଧ୍ୟରେ ପ୍ରଥମ ଥର ଯୌନ ସମ୍ବନ୍ଧ ବନିଥିଲା। ତେବେ ତାଙ୍କ କହିବା ହେଲା, ଦୁଇଜଣ ଯାକ ଶାରୀରିକ ଏବଂ ବୌଦ୍ଧିକ ରୂପେ ପରସ୍ପର ପ୍ରତି ଆକୃଷ୍ଟ ଥିଲେ।

ଜେନିଫରଙ୍କ କହିବା ହେଲା, ବୋରିସ୍‌ ତାଙ୍କୁ ଲଣ୍ଡନର ଏକ ରେଷ୍ଟୁରାଣ୍ଟକୁ ନେଇକି ଯାଇଥିଲେ। ସେଠାରେ ସେ ତାଙ୍କୁ ଡେଟ୍‌ କରିବାକୁ ଚାହୁଁଛନ୍ତି ବୋଲି କହିଥିଲେ। ତେବେ ଦୁଇଜଣ ପରସ୍ପରକୁ ସେକ୍ସୁଆଲ ଫଟୋ ସବୁ ପଠାଇଥାଆନ୍ତି ବୋଲି ଜେନିଫର କହିଛନ୍ତି।

ଏତିକି ନୁହେଁ, ବେଳେବେଳେ ଡ୍ୟୁଟିରେ ଥିଲା ବେଳେ ବି ବୋରିସ୍‌ ଜେନିଫରଙ୍କୁ ସେକ୍ସୁଆଲ ଫଟୋ ପଠାଉଥିଲେ। ସେମାନଙ୍କ ଆଫେୟାର ଏତେ ମାତ୍ରାରେ ବଢ଼ିଯାଇଥିଲା ଯେ ଜେନିଫର ତାଙ୍କୁ ଟପ୍‌ଲେସ୍‌ ଫଟୋ ପଠାଉଥିଲେ। ବୋରିସ୍‌ଙ୍କଠାରୁ ୨୧ ବର୍ଷ ସାନ ଜେନିଫର କହିଥିଲେ କି, ଆମେ ଏକ ଫ୍ଲାଟ୍‌ରେ ଏକସାଥୀରେ ଶୋଉଥିଲୁ, ସେଠି ପୋଲ୍‌ ଡ୍ୟାନ୍ସରଙ୍କ ପାଇଁ ପୋଲ୍‌ ମଧ୍ୟ ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.