କେନ୍ଦ୍ର କହିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୁ ପକ୍କାଘର ଯୋଜନା ଲୋଗୋ ଅନୁମୋଦିତ ନୁହେଁ: ବିଜେଡ଼ି ରଖିଲା ଉତ୍ତର

କେନ୍ୟୁଜ୍(ବ୍ୟୁରୋ):  ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୁ ପକ୍କାଘର ଯୋଜନା ଲୋଗୋ ଅନୁମୋଦିତ ନୁହେଁ । ଏନେଇ ରାଜ୍ୟ ସରକାରଙ୍କୁ କେନ୍ଦ୍ର ଗ୍ରାମୀଣ ବିକାଶ ବିଭାଗ ଚିଠି ଲେଖିଛନ୍ତି । ମୁଖ୍ୟ ସଚିବଙ୍କୁ ଚିଠି ଲେଖିଲା କେନ୍ଦ୍ର । କେନ୍ଦ୍ର ଗ୍ରାମୀଣ ବିକାଶ ସଚିବ ଏହି ଚିଠି ଲେଖିଛନ୍ତି । କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ଘରେ ବିଜୁ ପକ୍କା ଘର ଯୋଜନାରେ ଷ୍ଟିକରକୁ ରାଜ୍ୟ ସରକାର ବ୍ୟବହାର କରିପାରିବେ ନାହିଁ । ପୂର୍ବୂରୁ ବିଜୁ ପକ୍କାଘର ଲୋଗୋକୁ ବିରୋଧ କରିଥିଲା ବିଜେପି । ଚଗଇଣ ଘରେ ଦୁଇଟି ଷ୍ଟିକର ଲାଗିଥିବା ଅଭିଯୋଗ ଆଣିଥିଲା ଦଳ । ରାଜ୍ୟପାଳଙ୍କୁ ଭେଟି ଏନେଇ ବିଜେପି ପକ୍ଷରୁ ସ୍ମାରକପତ୍ର ଦିଆଯାଇଥିଲା ।

ଅନ୍ୟପଟେ ଫଳକକୁ ନେଇ ରାଜନୀତି କରା ନ ଯାଉ । ଏଥିରେ ଉଭୟ କେନ୍ଦ୍ର ଓ ରାଜ୍ୟର ଅଂଶଧନ ଥିବାରୁ ରାଜ୍ୟ ଲୋଗୋ ରହିବା କଥା ବୋଲି କହିଛି ବିଜେଡି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୁ ପକ୍କାଘର ଯୋଜନା ଲୋଗୋ ଅନୁମୋଦିତ ନୁହେଁ । ଏନେଇ ରାଜ୍ୟ ସରକାରଙ୍କୁ କେନ୍ଦ୍ର ଗ୍ରାମୀଣ ବିକାଶ ବିଭାଗ ଚିଠି ଲେଖିଛନ୍ତି । ମୁଖ୍ୟ ସଚିବଙ୍କୁ ଚିଠି ଲେଖିଲା କେନ୍ଦ୍ର । କେନ୍ଦ୍ର ଗ୍ରାମୀଣ ବିକାଶ ସଚିବ ଏହି ଚିଠି ଲେଖିଛନ୍ତି । କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ଘରେ ବିଜୁ ପକ୍କା ଘର ଯୋଜନାରେ ଷ୍ଟିକରକୁ ରାଜ୍ୟ ସରକାର ବ୍ୟବହାର କରିପାରିବେ ନାହିଁ । ପୂର୍ବୂରୁ ବିଜୁ ପକ୍କାଘର ଲୋଗୋକୁ ବିରୋଧ କରିଥିଲା ବିଜେପି । ଚଗଇଣ ଘରେ ଦୁଇଟି ଷ୍ଟିକର ଲାଗିଥିବା ଅଭିଯୋଗ ଆଣିଥିଲା ଦଳ । ରାଜ୍ୟପାଳଙ୍କୁ ଭେଟି ଏନେଇ ବିଜେପି ପକ୍ଷରୁ ସ୍ମାରକପତ୍ର ଦିଆଯାଇଥିଲା । ଅନ୍ୟପଟେ ଫଳକକୁ ନେଇ ରାଜନୀତି କରା ନ ଯାଉ । ଏଥିରେ ଉଭୟ କେନ୍ଦ୍ର ଓ ରାଜ୍ୟର ଅଂଶଧନ ଥିବାରୁ ରାଜ୍ୟ ଲୋଗୋ ରହିବା କଥା ବୋଲି କହିଛି ବିଜେଡି ।

ଅନ୍ୟପଟେ  ଗ୍ରାମୀଣ ଗୃହ ନିର୍ମାଣ ନେଇ କେନ୍ଦ୍ର ସରକାର ଏବଂ ବିଜେପି ସାଂସଦଙ୍କ ଉପରେ ପ୍ରେସମିଟରେ ବର୍ଷିଲା ବିଜେଡି। ପ୍ରେସମିଟରେ ବିଧାୟକ ବ୍ୟେମକେଶ ରାୟ କହିଛନ୍ତି ବିଜେପି ସାଂସଦ ମାନେ ଷଡଯନ୍ତ୍ର କରି  ଏକବର୍ଷ ହେବ ଏହି ଯୋଜନକୁ ବନ୍ଦ କରିଛନ୍ତି। ୩ଶହ ଗାଁର ଅନିୟମିତତା ଦର୍ଶାଇ ସାଢେ ଚାରିକୋଟି ଲୋକଙ୍କର ହକରେ ବାଧା ସୃଷ୍ଟି କରିଛନ୍ତି। ଏହି ଯୋଜନାରେ ୩୦ ହଜାର ଗାଁ ଲୋକ ଉପକୃତ ହେଉଥିଲେ। ପୂର୍ବରୁ ଏହି ଯୋଜନା ରେ କେନ୍ଦ୍ର ୯୦ ପ୍ରତିଶତ ଏବଂ ରାଜ୍ୟ ସରକାର ୧୦ ପ୍ରତିଶତ ଦେଉଥିଲେ। ପରେ ଏହାକୁ କେନ୍ଦ୍ର ସରକାର ୬୦/୪୦ କଲେ। ଓଡିଶାବାସୀ ବର୍ତ୍ତମାନ ୫୦ ପ୍ରତିଶତ ସେୟାର ବହନ କରୁଛନ୍ତି। ତେଣୁ ଏହି ଯୋଜନାରେ ବିଜୁ ପକ୍କାଘରର ଲୋଗ ରହିଲେ କଣ ଅସୁବିଧା ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି ବିଜେଡି ବିଧାୟକ ବ୍ୟୋମକେଶ ରାୟ।

୨୦୧୧,୧୨,୧୩,୧୪ ମସିହାରେ ଗୁଜରାଟ ଏବଂ ମଧ୍ୟପ୍ରଦେଶର ତତ୍କାଳୀନ ସରକାର  ଗ୍ରାମୀଣ ଆବାସ ଯୋଜନାରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ସହ ନିଜସ୍ୱ ଲୋଗ ବ୍ୟବହାର କରୁଥିଲେ। ତେବେ ଓଡିଶା ପ୍ରତି ଏତେ ବୈମାତୃକ ମନୋଭାବ କାହିଁକି ? ବୋଲି ପ୍ରଶ୍ନ କରିଛନ୍ତି ବ୍ୟେମକେଶ ରାୟ।

୨୦୨୦ରେ ବିଧାନସଭାରେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଙ୍କ ଦ୍ବାରା ଆସିଥିବା ଆଡଜନମେଣ୍ଟ ମୋସନରେ ବିସ୍ତୃତ ଭାବରେ ଆଲୋଚନା ହୋଇ ଉଭୟ ଯୋଜନାର  ଲୋଗୋ ଲଗାଇବା ପାଇଁ ବିଭାଗୀୟ ମନ୍ତ୍ରୀ ଗୃହରେ କହିଥିଲେ। କିନ୍ତୁ ବିଜେପି ସାଂସଦ ମାନେ ରାଜନୈତିକ ଫାଇଦା ପାଇଁ ଓଡିଶାବାସୀଙ୍କ ସ୍ବାର୍ଥକୁ ପଛରେ ପକେଇ ଦେଇଛନ୍ତି। କେନ୍ଦ୍ର ସରକାର ଓଡିଶାବାସୀଙ୍କୁ ଧୋକା ଦେଇଛନ୍ତି ବୋଲି ବିଜେଡି କହିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.