ଆଜିଠୁ ରାଜ୍ୟରେ ବଦଳିବ ପାଗ: ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବ ପାରଦ, ଅନୁଭୁତ ହେବ ଶୀତ

ଆଜିଠୁ ରାଜ୍ୟରେ ବଦଳିବାକୁ ଯାଉଛି ପାଣିପାଗ। ରାଜ୍ୟରେ ଏବେ କିଛିକାଂଶରେ ପାରଦ ତଳମୂହାଁ ହୋଇଛି। ପାଖାପାଖି ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିଛି ପାରଦ। ଫଳରେ ସାରା ରାଜ୍ୟରେ ଶୀତ ଅନୁଭୁତ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଭୁବନେଶ୍ୱର (କେନ୍ୟୁଜ): ଅନେକ ଦିନ ଧରି ଲାଗି ରହିଥିବା ଗରମ ଓ ଗୁଳୁଗୁଳିରୁ ଏବେ ମିଳିବ ତ୍ରାହି। ଆଜିଠୁ ରାଜ୍ୟରେ ବଦଳିବାକୁ ଯାଉଛି ପାଣିପାଗ। ରାଜ୍ୟରେ ଏବେ କିଛିକାଂଶରେ ପାରଦ ତଳମୂହାଁ ହୋଇଛି। ପାଖାପାଖି ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିଛି ପାରଦ। ଫଳରେ ସାରା ରାଜ୍ୟରେ ଶୀତ ଅନୁଭୁତ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସାରା ରାଜ୍ୟରେ ପଶ୍ଚିମା ଝଡର ପ୍ରଭାବ ଓ ଓଡ଼ିଶାକୁ ପ୍ରବେଶ କରୁଥିବା ପୂର୍ବ ତରଙ୍ଗାୟିତ ଗରମ ଶୁଷ୍କ ବାୟୁ ପ୍ରବାହ କମିବ । ଏହାସହ ଦେଶର ମଧ୍ୟଭାଗରେ ଏକ ଗୁରୁଚାପ ବଳୟ ସ୍ରକିୟ ହେବାକୁ ଯାଉଛି । ଯାହାର ପ୍ରଭାବରେ ରାଜ୍ୟକୁ ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ ଶୁଷ୍କ-ଥଣ୍ଡା ବାୟୁ ପ୍ରବାହ ବଢିବ । ଏହାର ପ୍ରଭାବରେ ଆଗାମୀ ଦୁଇ ଦିନ ମଧ୍ୟରେ ସାରା ରାଜ୍ୟରେ ରାତ୍ରୀର ତାପମାତ୍ରା ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିବ ।

ଗତକାଲି କୋରାପୁଟ, ଗଜପତି, ରାୟଗଡ଼ା ଓ ମାଲକାନଗିରିର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ଯମ ଧରଣର ବର୍ଷା ହୋଇଥିବା ସୂଚନା ଦେଇଛି ପାଣିପାଗ ବିଭାଗ। ତେବେ ଆଜିଠୁ ପାଖ ଶୁଖିଲା ରହିବା ସହ ପାଗରେ ପରିବର୍ତ୍ତନ ହେବ। ମୟୁରଭଞ୍ଜ, ବାଲେଶ୍ବର, କେନ୍ଦୁଝର, ଭଦ୍ରକ, ଯାଜପୁର, ଢେଙ୍କାନାଳ ସହ ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡା, କୋରାପୁଟ ଏବଂ ମାଲକାନଗିରିରେ ହାଲୁକା ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.