Below header

ଓଡ଼ିଶା ୟୁନିଭର୍ସିଟି ଆକ୍ଟ ୧୯୮୯ରେ ଆସିଲା ସଂଶୋଧନ, କୁଳପତିଙ୍କ ଅବସର ବୟସ ସୀମା ୬୫ରୁ ୬୭ବର୍ଷକୁ ବୃଦ୍ଧି

କେନ୍ୟୁଜ୍(ବ୍ୟୁରୋ):  ଓଡ଼ିଶା ୟୁନିଭର୍ସିଟି ଆକ୍ଟ ୧୯୮୯ରେ ସଂଶୋଧନ ଆଣିଛନ୍ତି ରାଜ୍ୟ ସରକାର । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲଗାଯାଇଛି। ହଟିଲା ରେଭେନ୍ସା ୟୁନିଭର୍ସିଟି ଆକ୍ଟ ୨୦୦୫ । ଏସମ୍ପର୍କିତ ଅଧ୍ୟାଦେଶ ଉପରେ ମୋହର ମାରିଛି ରାଜ୍ୟ କ୍ୟାବିନେଟ୍‌ । ଏହି ପ୍ରସ୍ତାବଗୁଡ଼ିକର ଅନୁମୋଦନ ଫଳରେ ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକ ଅଧିକ ଦକ୍ଷତାର ସହ କାର୍ଯ୍ୟ କରିପାରିବ ବୋଲି ଆଶା କରାଯାଉଛି।

ପୂର୍ବରୁ ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକ ଭିନ୍ନ ଭିନ୍ନ ଆଇନ ଦ୍ୱାରା ପରିଚାଳିତ ହେଉଥିଲା। କିନ୍ତୁ ବର୍ତ୍ତମାନ ଗୋଟିଏ ଆଇନ ଅନୁସାରେ ପରିଚାଳିତ ହେବ। ଏଥିଲାଗି ରେଭେନ୍ସା ୟୁନିଭର୍ସିଟି ଆକ୍ଟ-୨୦୦୫କୁ ଉଚ୍ଛେଦ କରାଯାଇଛି ଏବଂ ଓଡ଼ିଶା ୟୁନିଭିର୍ସିଟି ଆକ୍ଟ-୧୯୮୯ରେ ବ୍ୟାପକ ପରିବର୍ତ୍ତନ ଅଣାଯାଇଛି। ଏଣିକି ଏହି ଆଇନ ଅନୁସାରେ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ ପରିଚାଳିତ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।

ବିଶ୍ୱବିଦ୍ୟାଳୟ ପରିଚାଳନାରେ ସିନେଟ୍‌ର ବିଶେଷ କିଛି ସକ୍ରିୟ ଭୂମିକା ରହୁ ନ ଥିବାରୁ ଏହାକୁ ଉଚ୍ଛେଦ କରାଯାଇଛି। ଏଥିସହ  ସିଣ୍ଡିକେଟକୁ ଅଧିକ ଶକ୍ତିଶାଳୀ କରାଯିବା ଲାଗି ନିଷ୍ପତ୍ତି ହୋଇଛି। ଅନ୍ୟପକ୍ଷରେ ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳପତିଙ୍କ ଅବସର ବୟସ ସୀମା ୬୫ରୁ ୬୭ବର୍ଷକୁ ବୃଦ୍ଧି କରିଛନ୍ତି ସରକାର । ଏହାଦ୍ୱାରା ଜଣେ କୁଳପତି କାର୍ଯ୍ୟ କରିବାକୁ ଅଧିକ ସୁଯୋଗ ପାଇବେ। ସେହିପରି କୁଳପତି ଚୟନ ଲାଗି ରହିଥିବା ସର୍ଚ୍ଚ‌ କମିଟିରେ ରାଜ୍ୟ ସରକାରଙ୍କ ପ୍ରତିନିଧି ଭାବେ ଜଣେ ଜଣାଶୁଣା ଶିକ୍ଷାବିତ ନିଯୁକ୍ତ ହେବେ। ବିଶ୍ୱବିଦ୍ୟାଳୟର ଅଧ୍ୟାପକମାନେ ଓଡ଼ିଶା ପବ୍ଲିକ୍‌ କମିସନ୍‌ ଦ୍ୱାରା ଚୟନିତ ହେବ‌େ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.