ଖରା ତାତିରୁ ମିଳିଲା ତ୍ରାହି, ଆଜିଠୁ ୩ ଦିନ ରାଜ୍ୟରେ କାଳବୈଶାଖୀ ବର୍ଷା ଚେତାବନୀ

ପାଗରେ ପରିବର୍ତ୍ତନ । ଖରା ତାତିରୁ ମିଳିଲା ତ୍ରାହି । ଆଜିଠୁ ୩ ଦିନ ରାଜ୍ୟରେ କାଳବୈଶାଖୀ ବର୍ଷା ଚେତାବନୀ । ବିଜୁଳି ଘଡ଼ଘଡ଼ି ସହ କୁଆପଥର ମାଡ଼ ହେବ । ବର୍ଷା ସହ ୪୦ରୁ ୫୦ କିଲୋମିଟର ବେଗରେ ବହିବ ପବନ । ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଭୁବନେଶ୍ବର(କେନ୍ୟୁଜ୍‌) : ପାଗରେ ପରିବର୍ତ୍ତନ । ଖରା ତାତିରୁ ମିଳିଲା ତ୍ରାହି । ଆଜିଠୁ ୩ ଦିନ ରାଜ୍ୟରେ କାଳବୈଶାଖୀ ବର୍ଷା ଚେତାବନୀ । ବିଜୁଳି ଘଡ଼ଘଡ଼ି ସହ କୁଆପଥର ମାଡ଼ ହେବ । ବର୍ଷା ସହ ୪୦ରୁ ୫୦ କିଲୋମିଟର ବେଗରେ ବହିବ ପବନ । ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଝାଡ଼ଖଣ୍ଡରୁ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ଓଡ଼ିଶା ଯାଏ ଏକ ଟ୍ରପଲାଇନ୍ ରହିଛି । ଏହାର ପ୍ରଭାବରେ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ଓ ପବନ ହେବ ।

ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ଓ ଏହା ବଢ଼ି ୫୫ କିଲୋମିଟର ଛୁଇଁପାରେ । ଆସନ୍ତା ୨୪ ଘଣ୍ଟା ପାଇଁ ବିଜୁଳି ଘଡ଼ଘଡ଼ି ଓ ପବନ ପାଇଁ ୭ ଜିଲ୍ଲା ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର ଓ ଢେଙ୍କାନାଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କଟକର କିଛି ସ୍ଥାନରେ ହାଲୁକାରୁ ମଧ୍ୟର ଧରଣର ବର୍ଷା ହୋଇପାରେ । ଆସନ୍ତାକାଲି ଅଧିକ ରହିବ ପ୍ରଭାବ । ରାଜ୍ୟର ଅଧିକାଂଶ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ । ପ୍ରବଳ ବର୍ଷା ପାଇଁ କଟକ, ଗଞ୍ଜାମ, ନୟାଗଡ଼, କଳାହାଣ୍ଡି, ଖୋର୍ଦ୍ଧା ଓ ଢେଙ୍କାନାଳ ଜିଲ୍ଲାକୁ ଅରେଞ୍ଜ ଓ ୮ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । କିଛି ଜିଲ୍ଲାରେ ଝଡ଼ତୋଫାନ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୨୦ ତାରିଖ ଯାଏ ଏମିତ ସ୍ଥିତି ଜାରି ରହିବ । ସମ୍ଭାବ୍ୟ ବର୍ଷା, ପବନ, ବଜ୍ରପାତ ଓ କୁଆପଥର ମାଡ଼ ନେଇ ଲୋକ ଓ ଚାଷୀଙ୍କ ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.