ମାଂସ ପାଇଁ ୩ ଦିନ ଧରି ଘରେ ପଡ଼ିରହିଲା ମୃତଦେହ

ମାଂସ ପାଇଁ ଘରେ ପଚିଲା ମୃତଦେହ । ୩ ଦିନ ଧରି ପଡ଼ିରହିଲା ଶବ । ହୋଇପାରିଲା ନାହିଁ ଶବ ସତ୍କାର । ଗାଁ ରୁ ବାସନ୍ଦ କଲେ ଏକ ଘରିଆ କରି ଦେଲେ ଗ୍ରାମବାସୀ । ଏକଥା ଶୁଣି ହୁଏତ ଅପଣ ଆଶ୍ଚର୍ଯ୍ୟ ହେଉଥିବେ । କିନ୍ତୁ ମାଂସ ପାଇଁ ଏଭଳି କାଣ୍ଡ ମୟୁରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଳକ ଅଧିନସ୍ଥ ଜୟବିଲା ଗାଁରେ ଦେଖିବାକୁ ମିଳିଛି ।

ମୟୁରଭଞ୍ଜ: ମାଂସ ପାଇଁ ଘରେ ପଚିଲା ମୃତଦେହ । ୩ ଦିନ ଧରି ପଡ଼ିରହିଲା ଶବ । ହୋଇପାରିଲା ନାହିଁ ଶବ ସତ୍କାର । ଗାଁ ରୁ ବାସନ୍ଦ କଲେ ଏକ ଘରିଆ କରି ଦେଲେ ଗ୍ରାମବାସୀ । ଏକଥା ଶୁଣି ହୁଏତ ଅପଣ ଆଶ୍ଚର୍ଯ୍ୟ ହେଉଥିବେ । କିନ୍ତୁ ମାଂସ ପାଇଁ ଏଭଳି କାଣ୍ଡ ମୟୁରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଳକ ଅଧିନସ୍ଥ ଜୟବିଲା ଗାଁରେ ଦେଖିବାକୁ ମିଳିଛି ।

ତେବେ ଜୟବିଲା ଗାଁର ବୃଦ୍ଧା ସମବାରୀ ସିଂଙ୍କ ଗତ ଶନିବାର ଦିନ ମୃତ୍ୟୁ ହୋଇ ଯାଇଥିଲା । ସମବାରୀଙ୍କ ଦୁଇ ପୁଅ ମଧ୍ୟ ଅଛନ୍ତି । ହେଲେ ଗ୍ରାମବାସୀଙ୍କ ଅସହଯୋଗ ଯୋଗୁଁ ୩ ଦିନ କାଳ ହୋଇ ପାରିଲା ନାହିଁ ଶବସତ୍କାର । କାରଣ ଥିଲା ଗାଁ ପଞ୍ଚାୟତକୁ ଗୋଟିଏ ମେଣ୍ଡା ଜରିମାନା ଦେବାକୁ ସକ୍ଷମ ହୋଇ ନଥିଲେ ସମବାରୀଙ୍କ ପୁଅ । ସେହି କାରଣରୁ ଶବକୁ ଘରୁ ଉଠାଇବାକୁ ମନା କରିଥିଲେ ଗାଁ ପଞ୍ଚାୟତ ।

ତେବେ ସମ୍ପୂର୍ଣ୍ଣ ଘଟଣାଟି ହେଉଛି, ସମବାରୀ ଦୀର୍ଘ ଦିନରୁ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ । ସମବାରୀଙ୍କ ଦୁଇ ପୁଅ ବଡ ପୁଅ ହେଉଛନ୍ତି ଡାକ୍ତର ସିଂ । ଡାକ୍ତର ଦୁଇ ଦୁଇଟି ବିବାହ କରିଛନ୍ତି । ପ୍ରଥମ ସ୍ତ୍ରୀକୁ ୫ ବର୍ଷ ପୂର୍ବେ ଛାଡି ଦେଇଥିବା ବେଳେ ଆଉ ଜଣେ ସ୍ତ୍ରୀକୁ ଆଣି ଘରେ ରଖିଛନ୍ତି । ହେଲେ ବିବାହ ଭୋଜି ଦେଇ ନାହଁନ୍ତି । ଏପରିକି ଦୁଇଟି ଛୁଆ ମଧ୍ୟ ହୋଇଛି ହେଲେ ଗାଁରେ କୌଣସି ଭୋଜିଭାତ ଦେଇ ନାହାଁନ୍ତି ଡାକ୍ତର ସିଂ । ଗାଁ ସଭାରେ ମାଙ୍କ ମୃତ୍ୟୂ ବେଳେ ଭୋଜି ଦେବେ ବୋଲି ପ୍ରତିଶୃତି ଦେଇଥିଲେ । ମାତ୍ର ମାଆ ମୃତ୍ୟୂ ପରେ ମଧ୍ୟ ପ୍ରତିଶୃତି ପୂରଣ ନ କରିବାରୁ ଶବ ସତ୍କାର ପାଇଁ ଅନୁମତି ଦେଇ ନ ଥିଲେ ଗ୍ରମାବସୀ । ୩ ଦିନ ପରେ ଆଜି ଡାକ୍ତରଙ୍କ ପ୍ରଥମ ସ୍ତ୍ରୀ ପହଁଚିବା ପରେ ଗାଁ ସଭା ବସିଥିଲା ଆଉ ସଭାରେ ନିଷ୍ପତ୍ତି ହୋଇଥିଲା ୭ ଦିନ ମଧ୍ୟରେ ପୁଅ ଡାକ୍ତର ଭୋଜି ପାଇଁ ଏକ ମେଣ୍ଢା ଦାନ କଲେ ଶବ ସତ୍କାର କରାଯିବା ସହ ଗ୍ରମାବସୀ ସହଯୋଗ କରିବେ । ୭ ଦିନ ମଧ୍ୟରେ ମେଣ୍ଢା ନ ଦେଲେ ପୁଣି ଥରେ ସେମାନଙ୍କୁ ବାସନ୍ଦ କରାଯିବ ବୋଲି ରାୟ ଶୁଣାଇଛି ଗାଁ ପଞ୍ଚାୟତ । ସକ୍ଷମ ନ ଥିଲେ ମଧ୍ୟ ତଣ୍ଡ ଦେବା ଜରୁରୀ ବୋଲି ରୋକଠୋକ ଶୁଣାଇଛନ୍ତି ପଞ୍ଚାୟତ ।

ହେଲେ ପୁଣି ସୋମବାର ଦିନ ଗାଁ ପଞ୍ଚାୟତ ବସି ୭ ଦିନ ମଧ୍ୟରେ ତଣ୍ଡ ଗଣିବାକୁ ପୁଅକୁ ନିର୍ଦ୍ଦେଶ ଦେବା ସହ ଶବ ସତ୍କାରକୁ ଅନୁମତି ଦେଇଛନ୍ତି । ୭ ଦିନ ମଧ୍ୟରେ ଏକ ମେଣ୍ଢା ଆଣି ପଞ୍ଚାୟତରେ ଦେବେ ବୋଲି ପ୍ରତିଶୃତି ଦେଇଥିଲେ ପୁଅ ଡାକ୍ତର ସିଂ । ପ୍ରତିଶୃତି ପରେ ହୋଇଥିଲା ଶବ ସତ୍କାର । ଏଭଳି ଘଟଣା ଘଟିଥିଲେ ମଧ୍ୟ ପୋଲିସ ନ ଜାଣିବା ଦୁର୍ଭାଗ୍ୟ ଜନକ ବୋଲି ଚର୍ଚ୍ଚା ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.