ବ୍ରିଟେନରେ ନିର୍ବାଚନ ଲଢିବେ ଓଡ଼ିଆ ଝିଅ ସୁସ୍ମିତା ରାଜହଂସ, ଆଜି ଭୋଟ ଗ୍ରହଣ

ବିଦେଶ ମାଟିରେ ନିର୍ବାଚନ ଲଢିବେ ଓଡ଼ିଆ ଝିଅ । ଭୁବନେଶ୍ଵରର ସୁସ୍ମିତା ରାଜହଂଶ ଆଜି ବ୍ରିଟେନର ୱେଷ୍ଟ ମୋର ଲ୍ୟାଣ୍ଡରେ କାଉନସିଲର ର୍ନିବାଚନ ଳଢିବେ । ସେ ୨୦ ବର୍ଷରୁ ଅଧିକ ବର୍ଷ ହେବ ବ୍ରିଟେନର ବାଥ୍‌ ଓଲ୍ଡ ପାର୍କରେ ରହି ଆସୁଛନ୍ତି ।

କେନ୍ୟୁଜ୍‌(ବ୍ୟୁରୋ): ବିଦେଶ ମାଟି ବ୍ରିଟେନରେ ନିର୍ବାଚନ ଲଢିବେ ଓଡ଼ିଆ ଝିଅ । ଭୁବନେଶ୍ଵରର ସୁସ୍ମିତା ରାଜହଂଶ ପ୍ରଥମ ଓଡ଼ିଆ ଝିଅ ଭାବେ ବିଦେଶରେ ଲଢ଼ିବେ ର୍ନିବାଚନ । ଆଜି ବ୍ରିଟେନର ୱେଷ୍ଟ ମୋର ଲ୍ୟାଣ୍ଡରେ ହେବ କାଉନସିଲର ର୍ନିବାଚନ । ଏହି ର୍ନିବଚନରେ liberal democrats party ରୁ କାଉନସିଲର ପଦ ପାଇଁ ନୋମିନେଟ ହୋଇଛନ୍ତି । ସୁସ୍ମିତା ରାଜହଂସ ୱେଷ୍ଟ ମୋର ଲ୍ୟାଣ୍ଡର City of Bathsରୁ ର୍ନିବାଚନ ଲଢୁଛନ୍ତି ।

ସେ ୨୦ ବର୍ଷରୁ ଅଧିକ ବର୍ଷ ହେବ ବ୍ରିଟେନର ବାଥ୍‌ ଓଲ୍ଡ ପାର୍କରେ ରହି ଆସୁଛନ୍ତି । ସେ ଜଣେ ସାମାଜିକ କର୍ମୀ ଭାବେ ପରିଚିତ । କରୋନା ସମୟରେ ସେ ଆଗକୁ ଆସି ଅନେକ ସାହାଯ୍ୟ ସହଯୋଗ କରିଥିଲେ । ଏଥି ସହିତ ହିନ୍ଦୁ କମ୍ୟୁନିଟି ପାଇଁ ଅନେକ କାମ କରିଛନ୍ତି । ଏହସାହ ସେଠାରେ ଥିବା ଜଗନ୍ନାଥ ମନ୍ଦିରରେ ଫଉଣ୍ଡର ଟ୍ରଷ୍ଟି ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.