Below header

ଜନ୍ମମାଟିରେ ମହାମହିମ, ଆଜିଠାରୁ ୩ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତ

ଜନ୍ମମାଟିରେ ମହାମହିମ । ଆଜିଠାରୁ ୩ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସର୍ବୋଚ୍ଚ ସାମ୍ବିଧାନିକ ପଦ ପାଇବା ପରେ ଜନ୍ମମାଟିକୁ ଏହା ତାଙ୍କ ପ୍ରଥମ ଗସ୍ତ । ବାୟୁସେନାର ସ୍ୱତନ୍ତ୍ର ବିମାନରେ ନୂଆଦିଲ୍ଲୀରୁ ଆସି ପଶ୍ଚିମବଙ୍ଗର କଲାଇକୁଣ୍ଡା ବିମାନ ବନ୍ଦରରେ ପହଞ୍ଚିଥିଲେ ରାଷ୍ଟ୍ରପତି ।

ଜନ୍ମମାଟିରେ ମହାମହିମ । ଆଜିଠାରୁ ୩ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସର୍ବୋଚ୍ଚ ସାମ୍ବିଧାନିକ ପଦ ପାଇବା ପରେ ଜନ୍ମମାଟିକୁ ଏହା ତାଙ୍କ ପ୍ରଥମ ଗସ୍ତ । ବାୟୁସେନାର ସ୍ୱତନ୍ତ୍ର ବିମାନରେ ନୂଆଦିଲ୍ଲୀରୁ ଆସି ପଶ୍ଚିମବଙ୍ଗର କଲାଇକୁଣ୍ଡା ବିମାନ ବନ୍ଦରରେ ପହଞ୍ଚିଥିଲେ ରାଷ୍ଟ୍ରପତି । ସେଠାରୁ ବାୟୁସେନା ହେଲିକପ୍ଟରରେ ପହଞ୍ଚଥିଲେ ମୟୂରଭଞ୍ଜର ବାଦାମପାହାଡ଼ରେ । ରାଷ୍ଟ୍ରପତିଙ୍କୁ ସେଠାରେ ବିପୁଳ ସ୍ୱାଗତ କରାଯାଇଥିଲା ।

ଗସ୍ତର ପ୍ରଥମ ଦିନରେ ଆଜି ନିଜ ଗାଁ ପାହାଡ଼ପୁର ସହ ରାଇରଙ୍ଗପୁରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି । ମହାମହିମଙ୍କୁ ସ୍ୱାଗତ କରିବାକୁ ଚଳଚଞ୍ଚଳ ହୋଇଉଠିଛି ରାଇରଙ୍ଗପୁର ସହର । ଏଠାରୁ ହିଁ ନିଜର ରାଜନୈତିକ ଜୀବନ ଆରମ୍ଭ କରି ଦେଶର ସର୍ବୋଚ୍ଚ ପଦରେ ଅଧିଷ୍ଠିତ ହୋଇଛନ୍ତି ଦ୍ରୌପଦୀ ମୁର୍ମୁ । ତାଙ୍କ ସହ କାମ କରିଥିବା ସହକର୍ମୀ, ସଂପର୍କୀୟ, ରାଜନୈତିକ ବନ୍ଧୁ ତାଙ୍କୁ ଭେଟିବାକୁ ଅପେକ୍ଷା କରି ରହିଛନ୍ତି ।

ଆସନ୍ତାକାଲି ଶିମିଳିପାଳ ଅଭୟାରଣ୍ୟ ବୁଲି ଦେଖିବେ ରାଷ୍ଟ୍ରପତି । ଶିମିଳିପାଳର ପ୍ରାୟ ୮୦କିମି ବୁଲିବାକୁ ଥିବା ବେଳେ ଏଥିପାଇଁ ସ୍ୱତନ୍ତ୍ର ଗାଡ଼ିର ବ୍ୟବସ୍ଥା ହୋଇଛି । ସୁରକ୍ଷା ଦୃଷ୍ଟିକୁ ଆଜି ଓ ଆସନ୍ତାକାଲି ସାଧାରଣ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିବ । ୬ ତାରିଖରେ ତକତପୁର ସ୍ଥିତ ମହାରାଜା ଶ୍ରୀରାମ ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ସମାରୋହରେ ଯୋଗ ଦେଇ ଦୀକ୍ଷାନ୍ତ ଭାଷଣ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହାପରେ ଦିଲ୍ଲୀ ଫେରିଯିବେ । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.