IPL ମ୍ୟାଚରେ ଚିୟର ଲିଡର୍ସଙ୍କୁ ନିଜ ଇଶାରାରେ ନଚାଉଛନ୍ତି ଏହି ବ୍ୟକ୍ତି, ଭିଡିଓ ଭାଇରଲ

ସୋସିଆଲ ମିଡିଆରେ ଭାଇରଲ ହେଉଛି ଏହି ଭିଡିଓ । ଯେଉଁଥିରେ ଚିୟର ଲିଡର୍ସଙ୍କୁ ନିଜ ଇଶାରାରେ ନଚାଉଛନ୍ତି ଜଣେ ଯୁବକ । ଯାହାଙ୍କୁ ଦେଖି ସମସ୍ତେ ପସନ୍ଦ କରୁଛନ୍ତି ।

ପ୍ରତିବର୍ଷ ଭଳି ଚଳିତବର୍ଷ ଆଇପିଏଲ୍‌ ଫ୍ୟାନ୍ସଙ୍କ ପାଇଁ ରୋମାଞ୍ଚଭରା ରହିଛି । ମ୍ୟାଚ୍‌ ଦେଖିବା ପାଇଁ ଷ୍ଟାଡିୟମକୁ ହଜାର ହଜାର ଦର୍ଶକ ଆସୁଛନ୍ତି । ନିଜ ମନ ପସନ୍ଦର ଟିମକୁ ସପୋର୍ଟ କରିବା ପାଇଁ ମଇଦାନରେ ପହଞ୍ଚି ଯାଉଛନ୍ତି । ହେଲେ ଏବେ ଆଇପିଏଲ ସମ୍ବନ୍ଧୀୟ ଅନେକ ଭିଡିଓ ଭାଇରଲ ହେଉଛି, ଯାହା ସୋସିଆଲ ମିଡିଆ ୟୁଜର୍ସଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଏହି ଭିଡିଓକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି ।

ଆଇପିଏଲ୍‌ ମ୍ୟାଚ ବେଳେ ଖେଳରେ ରୋମାଞ୍ଚ ରହିଥିବା ବେଳେ ପଡିଆ ବାହାରେ ମଧ୍ୟରେ ରୋମାଞ୍ଚ ଦେଖିବାକୁ ମିଳିଥାଏ । ଆଉ ଏବେ ତ ଆଇପିଏଲ ମ୍ୟାଚରେ ତଡକା ଲଗାଇବା ପାଇଁ ଚିୟର ଲିଡର୍ସ ଗର୍ଲ ରହିଛନ୍ତି । ଆଇପିଏଲ୍‌ ମ୍ୟାଚ ବେଳେ ଚଉକା କିମ୍ବା ଛକା ମରିଲା ପରେ ପଡିଆରେ ଗୀତ ବାଜେ ଆଉ ତା’ର ତାଳେ ତାଳେ ଚିୟର୍ସ ଗାର୍ଲ ନାଚନ୍ତି । ତେବେ ଚିୟର୍ସ ଗାର୍ଲ ନାଚୁଥିବା ବେଳେ ତାଙ୍କୁ ଏମିତି ଭାବଭଙ୍ଗୀରେ ନାଚିବା ପାଇଁ ଆଉ ଜଣେ ବ୍ୟକ୍ତି ଇଶାରା କରୁଛନ୍ତି । ଯାହାର ଭିଡିଓ ଭାଇରଲ ହେଉଛି ।

ଭାଇରଲ ହେଉଥିବା ଭିଡିଓରେ ଚିୟର ଗର୍ଲଙ୍କୁ ନିଜ ଇଶାରାରେ ନଚାଉଥିବା ଦେଖିବାକୁ ମିଳିଛି । ଚେନ୍ନାଇ ସୁପରକିଙ୍ଗସର ଜଣେ ଫ୍ୟାନ୍‌ ଚିୟର ଗର୍ଲଙ୍କୁ ନିଜ ଇଶାରାରେ ନଚାଉଛନ୍ତି । ଭାଇରଲ ଭିଡିଓରେ ଯୁବକ ଜଣକ ଚେନ୍ନାଇ ସୁପରକିଙ୍ଗସର ଜର୍ସି ପିନ୍ଧି ଚିୟର୍ସ ଗର୍ଲଙ୍କୁ ଡ୍ୟାନ୍ସ କରାଉଛନ୍ତି ।

ଏହି ଭିଡିଓ ଭାଇରଲ ହେବା ପରେ ୟୁଜର୍ସ ଏହାର ମଜା ନେଉଛନ୍ତି । ଏହାଦେଖି ଫ୍ୟାନ୍ସ ହୁଇସିଲ ମାରୁଛନ୍ତି । ଏହାକୁ ୪ ଲକ୍ଷରୁ ଅଧିକ ଥର ଦେଖାସାରିଲାଣି ।

ସୂଚନାଯୋଗ୍ୟ, ନିକଟରେ ପଡିଆ ମଝିରେ ବିରାଟ ଏବଂ ଗମ୍ଭୀରଙ୍କ କଥା କଟାକଟି ଭିଡିଓ ଭାଇରଲ ହୋଇଥିଲା । ଲକ୍ଷ୍ନୌର ଏକନା କ୍ରିକେଟ ଷ୍ଟାଡିୟମରେ ଲକ୍ଷ୍ନୌ –ବାଙ୍ଗାଲୋର ଆଇପିଏଲ୍ ମ୍ୟାଚରେ ବେଙ୍ଗାଲୁରୁ ଲକ୍ଷ୍ନୌକୁ ୧୮ ରନରେ ହରାଇଥିଲା । ମ୍ୟାଚ୍ ଜିତିବାକୁ ଲକ୍ଷ୍ନୌକୁ ୧୨୭ ରନ୍ ଟାର୍ଗେଟ ଦେଇଥିଲା ବେଙ୍ଗାଳୁରୁ । ଜବାବରେ ଲକ୍ଷ୍ନୌ ୧୦୮ରନରେ ସୀମିତ ରହିଯାଇଥିଲା । ମ୍ୟାଚ୍ ସରିବା ପରେ ସବୁ ଖେଳାଳି ଏକାଠି ହୋଇଥିଲେ ।

ଏତିକିବେଳେ କୌଣସି କଥାକୁ ନେଇ କୋହଲି ଓ ଗମ୍ଭୀରଙ୍କ ଭିତରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଝଗଡ଼ା ଏତେ ଜୋରରେ ହୋଇଥିଲା ଯେ ବାକି ଖେଳାଳି ଓ ଷ୍ଟାଫ ସେମାନଙ୍କୁ ଅଟକାଇଥିଲେ । ବିରାଟ-ଗମ୍ଭୀର ଝଗଡା ବେଳର ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରଲ୍ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.