Below header

ଓଡିଶାର ପ୍ରଥମ କରୋନା ଆକ୍ରାନ୍ତ ମିଶିଥିଲେ ୧୨୯ ଜଣଙ୍କ ସହ, ସମସ୍ତଙ୍କୁ ଚିହ୍ନଟ କରି କରାଯିବ ସ୍କ୍ରୀନିଂ

ଭୁବନେଶ୍ୱର(କେନ୍ୟୁଜ୍) : ପ୍ରଥମ କରୋନା ରୋଗୀ ଚିହ୍ନଟ ଘଟଣାରେ ସାମ୍ବାଦିକ ସମ୍ମିଳନୀରେ ସୁବ୍ରତ ବାଗଚୀଙ୍କ୍  ସୂଚନା। ଆକ୍ରାନ୍ତ ବ୍ୟକ୍ତି ସମୁଦାୟ ୧୨୯ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି। ସେଥିରୁ ଟ୍ରେନ୍‌ରେ ଆସିବା ବେଳେ ସେ ୭୬ ଜଣ ଓ ଘରକୁ ଆସି ୫୩ ଜଣଙ୍କ  ସଂପର୍କରେ ଆସିଛନ୍ତି ଆକ୍ରାନ୍ତ ବ୍ୟକ୍ତି। ବ୍ୟକ୍ତି ଜଣକ ଆସିବା ପରେ ଭୁବନେଶ୍ୱରରେ ଏକ ଘରୋଇ କ୍ଲିନିକକୁ ଯାଇଥିଲେ। ସେହି କ୍ଲିନିକକୁ ଏବେ ବନ୍ଦ କରିଦିଆଯାଇଛି । ଡାକ୍ତର ଓ ଷ୍ଟାଫଙ୍କୁ ଆଇସୋଲେସନରେ ରଖାଯାଇଛି।

ସମ୍ପୃକ୍ତ ଯୁବକ ଜଣଙ୍କ ୬ ତାରିଖରେ ଇଟାଲିରୁ ଦିଲ୍ଲୀ ଫେରିଥିଲେ। ଦିଲ୍ଲୀରେ କିଛି ଦିନ କ୍ୱାରେଣ୍ଟାଇନରେ ରହିଥିଲେ। ଏହା ପରେ ୧୨ ତାରିଖରେ ଟ୍ରେନ୍ ଯୋଗେ ଭୁବନେଶ୍ୱର ଆସିଥିଲେ। ତେବେ ୧୩ ତାରିଖରୁ ତାଙ୍କୁ ଥଣ୍ଡା ଓ ଜ୍ୱର ନ ଛାଡ଼ିବାରୁ ସେ କ୍ୟାପିଟାଲ ହସ୍ପିଟାଲ ଆସିଥିଲେ। ସେଠାରେ ତାଙ୍କ ନମୁନା ପଜିଟିଭ୍‌ ଆସିଥିବା ଜଣାପଡ଼ିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.