ରାଜ୍ୟସଭା ନିର୍ବାଚନ ପାଇଁ ଜାରି ହେଲା ବିଜ୍ଞପ୍ତି, ଜୁନ୍‌ ୧୦ ତାରିଖରେ ଭୋଟ୍‌ ଗ୍ରହଣ

ଭୁବନେଶ୍ୱର(କେ ନ୍ୟୁଜ): ରାଜ୍ୟସଭା ନିର୍ବାଚନ ପାଇଁ ଜାରି ହେଲା ବିଜ୍ଞପ୍ତି । ଜୁନ୍‌ ୧୦ ତାରିଖରେ ଭୋଟ୍‌ ଗ୍ରହଣ । ଓଡ଼ିଶାର ୩ଟି ଆସନ ସମେତ ୧୫ ରାଜ୍ୟର ୫୭ ଆସନ ପାଇଁ ଭୋଟ୍‌ ନିଆଯିବ । ମେ ୩୧ ତାରିଖ ହେଉଛି ନାମାଙ୍କନ ଦାଖଲର ଶେଷ ଦିନ । ଜୁନ୍‌ ୧ରେ ପ୍ରାର୍ଥିପତ୍ର ଯାଞ୍ଚ ହେବ । ଜୁନ୍‌ ୩ ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ଧାର୍ଯ୍ୟ କରାଯାଇଛି । ଓଡ଼ିଶାରେ ୩ଟି ରାଜ୍ୟସଭା ସିଟ୍‌ ପାଇଁ ଭୋଟ୍‌ ନିଆଯିବ । ଏନ୍‌. ଭାସ୍କର ରାଓ, ପ୍ରସନ୍ନ ଆଚାର୍ଯ୍ୟ ଓ ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଜୁଲାଇ ୧ ତାରିଖରେ ସେମାନଙ୍କର କାର୍ଯ୍ୟକାଳ ଶେଷ ହେଉଛି ।

ଏମାନଙ୍କ ସ୍ଥାନରେ କିଏ ଯିବେ ରାଜ୍ୟସଭା ? ବିଜେଡି କାହାକୁ ରାଜ୍ୟସଭା ଟିକେଟ୍‌ ଦେବ ? ରାଜ୍ୟସଭା ଗଣିତ କହୁଛି, ୩ଟି ଯାକ ଆସନ ବିଜେଡି ହାତେଇବା ଏକ ପ୍ରକାର ନିଶ୍ଚିତ । ଏବେ ବିଧାନସଭାରେ ବିଜେଡିର ୧୧୩, ବିଜେପିର ୨୨, କଂଗ୍ରେସର ୯ ଜଣ ବିଧାୟକ ଅଛନ୍ତି । ସିପିଆଇଏମ୍‌ ଓ ସ୍ୱାଧୀନରୁ ଜଣେ ଲେଖାଏ ବିଧାୟକ ଅଛନ୍ତି । ତେଣୁ କାହାକୁ ଏଥିର ରାଜ୍ୟସଭା ଟିକେଟ ମିଳିବ ତାଉପରେ ସମସ୍ତଙ୍କର ନଜର ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.