ଦରମା ନପାଇ ଦୁର୍ଦ୍ଦଶାରେ ଓଆଇସିଏଲ କର୍ମଚାରୀ, ଗେଟରେ ତାଲା ପକାଇ କମ୍ପାନୀ କର୍ତ୍ତୃପକ୍ଷ ଫେରାର ଥିବା ଅଭିଯୋଗ

ସୁନ୍ଦରଗଡ଼ : କରୋନା ଦାଉରେ ସଭିଏଁ ଛଟପଟ । ଧନୀଠୁ ଗରୀବ ସମସ୍ତଙ୍କ ରୋଜଗାର ଉପରେ ଏହାର ପ୍ରହାର ପଡିଛି । ପେଟକୁ ଦିମୁଠା ଦାନା ପାଇଁ ଏବେ ସମସ୍ତଙ୍କର ଚିନ୍ତା । ଲକ୍ ଡାଉନ୍ ଫଳରେ ସାଧାରଣ ଜୀବନ ଯାତ୍ରା ଯେପରି ଏକ ପ୍ରକାରର ଠପ୍ ହୋଇଯାଇଛି । ତେବେ ଏସବୁ ଭିତରେ ସରକାରଙ୍କ କଡା ନିର୍ଦ୍ଦେଶ ରହିଛି ଏଭଳି ପରିସ୍ଥିତିରେ କୌଣସି କମ୍ପାନୀ ତାର କର୍ମଚାରୀଙ୍କ ଦରମା ବନ୍ଦ କିମ୍ବା ଚାକିରୀରୁ ବାହାର କରିପାରିବେ ନାହିଁ । ହେଲେ ଏପରିପେକ୍ଷୀରେ ସୁନ୍ଦରଗଡ଼ରେ ଦରମା ନପାଇ ଦୁର୍ଦ୍ଦଶାର ଶିକାର ହୋଇଛନ୍ତି ଓଆଇସିଏଲ କର୍ମଚାରୀ ।

ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଜାମପାଲି ଓଆଇସିଏଲରେ ୪୦୦ରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଥିଲେ । ଗତ ୬ ମାସ ହେବ କର୍ମଚାରୀଙ୍କୁ ଦରମା ନଦେଇ କମ୍ପାନୀ କର୍ତ୍ତୃପକ୍ଷ କମ୍ପାନୀରେ ତାଲା ପକାଇ ଫେରାର ଥିବା ଅଭିଯୋଗ ହୋଇଛି । ଖବରପାଇ ସ୍ଥାନୀୟ ବିଧାୟକ ସେଠାରେ ପହଞ୍ଚି ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.