କରୋନା ଯୋଗୁଁ ସ୍ଥଗିତ ହେଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା OJEE

କେନ୍ୟୁଜ୍(ବ୍ୟୁରୋ):  କରୋନା ଯୋଗୁଁ ସ୍ଥଗିତ ହେଲା  ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ। ଏହା ଆସନ୍ତା ୧୭ ତାରିଖରେ ଆରମ୍ଭ ହୋଇ ୨୪ ତାରିଖରେ ଶେଷ ହେବାର ଥିଲା । ବର୍ତ୍ତମାନ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାକୁ  ସ୍ଥଗିତ ରଖାଯାଛି। ସ୍ଥଗିତ ଥିବା  ପରୀକ୍ଷାକୁ ପରବର୍ତ୍ତୀ ସମୟରେ ଆରମ୍ଭ କରାଯିବ । ପରୀକ୍ଷା ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇବ । ପରିସ୍ଥିତି ଦେଖି ଆସନ୍ତା ଜୁଲାଇ ମାସ ପ୍ରଥମ ସପ୍ତାହରେ ପରୀକ୍ଷା କେବେ କରାଯିବ ତାହା ଉପଯୁକ୍ତ ସମୟରେ ଜଣାଇ ଦିଆଯିବ ।

ଅନ୍ୟପଟରେ ଓଜେଇଇ ପରୀକ୍ଷା ପାଇଁ ଅନ୍‌ଲାଇନ୍ ଆବେଦନର ସମୟ ସୀମାକୁ ବଢ଼ାଇ ଦିଆଯାଇଛି । ଫଳରେ ଯେଉଁ ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସାମିଲ ହେବା ପାଇଁ ଏଯାଏଁ ଆବେଦନ କରି ନଥିଲେ, ସେମାନଙ୍କୁ ଆଉ ଏକ ସୁଯୋଗ ମିଳିଛି । ଛାତ୍ରଛାତ୍ରୀମାନେ ୨୦୨୧ ଜୁଲାଇ ୧୨ ସୁଦ୍ଧା ଆବେଦନ କରିପାରିବେ । ଏଥି ପାଇଁ ସେମାନେ ୨୦୨୧ ଜୁଲାଇ ୧୪ ମଧ୍ୟରେ ଫି’ ଦାଖଲ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.