ଆସନ୍ତା ୨୧ରେ ସ୍ପେଶାଲ ଓଜେଇଇ, ରାଜ୍ୟର ୨୦ଟି ସହରରେ ୩୧ଟି ପରୀକ୍ଷା କେନ୍ଦ୍ରରେ ହେବ ପରୀକ୍ଷା

ଭୁବନେଶ୍ବର(କେନ୍ୟୁଜ୍): ଆସନ୍ତା ୨୧ ତାରିଖରେ ହେବ ସ୍ପେଶାଲ ଓଜେଇଇ। ରାଜ୍ୟର ୨୦ଟି ସହରରେ ୩୧ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହେବ। ଦୁଇଟି ସିଟିଂରେ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରଥମ ସିଟିଂ ୯ଟା ୩୦ରୁ ଆରମ୍ଭ ହୋଇ ୧୦ଟା ୩୦ ପର୍ଯ୍ୟନ୍ତ ଚାଲିବ। ଦ୍ୱିତୀୟ ସିଟିଂ ୧୨ଟା ୩୦ରୁ ଗୋଟାଏ ପର୍ଯ୍ୟନ୍ତ ଚାଲିବ। ବି-ଟେକ୍‌, ଲାଟେରାଲ୍‌ ଏଣ୍ଟ୍ରି-ଟେକ୍‌(ଡିପ୍ଲୋମା), ଲାଟେରାଲ୍‌ ଏଣ୍ଟ୍ରି ଟେକ୍‌(ବିଏସ୍‌ସି), ଏମ୍‌ବିଏ, ଏମ୍‌ସିଏ, ଏମ୍‌ ଫାର୍ମ ଓ ବି ଫାର୍ମ ବିଷୟରେ ନାମଲେଖିବା ପାଇଁ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ମୋଟ ୧୭ହଜାର ୬୭୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ୨୫ରେ ବାହାରିବ ରେଜଲ୍ଟ। ଚଳିତ ବର୍ଷ ଓଜେଇଇରେ ୩୯ହଜାର ୫୭୬ଜଣ ଛାତ୍ରଛାତ୍ରୀ ର‍୍ୟାଙକ ପାଇଥିଲେ। ହେଲେ କାଉନସେଲିଂ ପରେ ସବୁ ସିଟ୍‌ ପୂରଣ ହୋଇପାରିନଥିବାରୁ ସ୍ୱତନ୍ତ୍ର ଓଜେଇଇ କରିବାକୁ କର୍ତ୍ତୁପକ୍ଷ ନିଷ୍ପତ୍ତି ନେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.