Below header

ଧାନକଟାକୁ କେନ୍ଦ୍ର କରି ପଡ଼ୋଶୀଙ୍କ ଆକ୍ରମଣ, ଚିକିତ୍ସାଧୀନ ଅବସ୍ଥାରେ ବୃଦ୍ଧ ମୃତ

ଜଳେଶ୍ୱର(କେନ୍ୟୁଜ୍): ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ପହଣା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ବିଲରେ ଧାନ କଟାକୁ କେନ୍ଦ୍ର କରି ପଡୋଶୀଙ୍କ ଆକ୍ରମଣରେ ଏଠାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି।

Eight year old child murdered by putting tezab on him in Fatehabad ...

ସୂଚନାନୁଯାୟୀ ସିଂଲା ଥାନା ଅନ୍ତର୍ଗତ ପହଣା ଗ୍ରାମର ଗୌରାଙ୍ଗ ସୁର ନାମକ ଜଣେ ବୃଦ୍ଧ ନିଜ ବିଲରେ ଧାନକଟା ମେସିନ ସାହାଯ୍ୟରେ ଧାନ କାଟୁଥିଲେ। ଏହି ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗ୍ରାମର କିଛି ଲୋକ ତାଙ୍କ କଟା ହୋଇ ପଡିଥିବା ଧାନକୁ ଫୋପାଡିବା ସହ ଧାନକୁ ଦଳି ଚକଟି ନଷ୍ଟ କରି ଦେଇଥିଲେ। ଗୌରାଙ୍ଗ ଏହାର ପ୍ରତିବାଦ କରିବାରୁ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଲୋକମାନେ ଗୌରାଙ୍ଗଙ୍କୁ ନିସ୍ତୁକ ମାଡ ମାରି ଗୁରୁତର ଅବସ୍ଥାରେ ବିଲରେ ଛାଡି ପଳାଇଥିଲେ। ଗୌରାଙ୍ଗଙ୍କ ଚିତ୍କାର ଶୁଣି ପାଖ ବିଲରେ କାମ କରୁଥିବା ତାଙ୍କ ଭାଇ ଶ୍ୟାମସୁନ୍ଦର ପହଞ୍ଚି ଗୁରୁତର ଅବସ୍ଥାରେ ତାଙ୍କୁ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

MP: एक ही परिवार के 3 लोगों की हत्या ...

ତେବେ ଗୌରାଙ୍ଗ ଅତ୍ୟନ୍ତ ଗରିବ ପରିବାରର ହୋଇଥିବା ବେଳେ ତାଙ୍କ ଦୁଇ ପୁଅ ମଧ୍ୟରୁ ଜଣେ ସମ୍ପୂର୍ଣ୍ଣ ଦିବ୍ୟାଙ୍ଗ ଏବଂ ଅନ୍ୟ ଜଣେ ଲକଡାଉନ ଯୋଗୁ ଗୁଜରାଟରେ ଫସି ରହିଛି। ଏଭଳି ସ୍ଥିତିରେ ମୃତ ଗୌରାଙ୍ଗଙ୍କ ସ୍ତ୍ରୀଙ୍କୁ ସରକାରୀ ସହାୟତା ଦେବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ପରିବାର ଲୋକେ ଦାବି କରିଛନ୍ତି। ଏନେଇ ମୃତକଙ୍କ ଭାଇ ସିଂଲା ଥାନାରେ ଲିଖିତ ଅଭିଯୋଗ କଲାପରେ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.