Below header

ବଢିବ କି ଲକଡାଉନ ? ଆସନ୍ତାକାଲି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

କେନ୍ୟୁଜ୍ (ବ୍ୟୁରୋ): ବଢିବ କି ଲକଡାଉନ? ଏନେଇ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ଆସନ୍ତା କାଲି ଦିନ ୩ଟାରେ ଭିଡିଓ କନଫରେନ୍‌ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ମେ ୧୭ ତାରିଖରେ ଲକଡାଉନ ଅବଧି ଶେଷ ହେଉଥିବାରୁ ପରବର୍ତ୍ତୀ ପଦକ୍ଷେପ କଣ ନିଆଯିବ ସେନେଇ ରାଜ୍ୟର  ମୁଖ୍ୟମନ୍ତ୍ରୀମାନଙ୍କ ସହ ସବିଶେଷ ଆଲୋଚନା କରି ନିଷ୍ପତ୍ତି ଶୁଣାଇ ପାରନ୍ତି ପ୍ରଧାନମନ୍ତ୍ରୀ। ।  ଅଧିକାଂଶ ରାଜ୍ୟ ରେଡ, ଗ୍ରୀନ ଓ ଅରେଞ୍ଜ ଜୋନ ନେଇ ପ୍ରଶ୍ନ ଉଠାଇଥିବାରୁ ଏହା ଉପରେ ମଧ୍ୟ କଥାବାର୍ତ୍ତା ହୋଇପାରେ। ପ୍ରବାସୀ ଶ୍ରମିକଙ୍କ ସେମାନଙ୍କ ରାଜ୍ୟକୁ ଫେରିବା ପରେ ଅଧିକାଂଶ ଅଞ୍ଚଳ ରେଡ ଜୋନରେ ସ୍ଥାନ ପାଇବ ବୋଲି ରାଜ୍ୟ ମାନେ କହିଛନ୍ତି। ଏହାପୂର୍ବରୁ ଆଜି କେନ୍ଦ୍ର କ୍ୟାବିନେଟ ସଚିବ ରାଜୀବ ଗୌବା ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ସଚିବଙ୍କ ସହ ଆଲୋଚନା କରିଛନ୍ତି ।

 ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନକୁ ବୃଦ୍ଧି କରିବା ସମ୍ୱନ୍ଧରେ ପ୍ରଧାନମନ୍ତ୍ରୀ ୧୪ ତାରିଖ ସକାଳ  ୧୦ଟାରେ ରାଷ୍ଟ୍ରକୁ ସମ୍ବୋଧିତ କରିଥିଲେ। ୧୪ ଏପ୍ରିଲରେ ଲକଡାଉନ ଅବଧି ଶେଷ ହୋଇଥିଲା । କିନ୍ତୁ  ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା  କାରଣରୁ ଲକଡାଉନ ମଇ ୩ପର୍ଯ୍ୟନ୍ତ ଅବଧି ବଢାଇଥିଲେ। ସେହି ସମୟରେ ଏକ ଗୁରତ୍ବପୂର୍ଣ୍ଣ ଘୋଷଣାରେ କହିଥିଲେ ଚାଷ କାମ ଓ କ୍ଷୁଦ୍ର ଶିଳ୍ପନୁଷ୍ଠାନ ନିଜର  ସୀମିତ ମାନବ ସମ୍ବଳ ପ୍ରୟୋଗ  କରି ପୂନଃ କାର୍ଯ୍ୟ କରିପାରିବେ ।

ସେହି ସମୟରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଥିଲେ , ଯେତେବେଳେ ଲକଡାଉନ ଚାଲୁ ରହିଛି ସେତେବେଳେ ଜୀବନ ଜୀବିକା ଅଟକିବା ଉଚିତ ନୁହେଁ। ଏହି ସବୁ ମଧ୍ୟରେ ଓଡିଶା, ତାମିଲନାଡୁ, ପୁଡୁଚେରୀ, ଅରୁଣାଚଳ ପ୍ରଦେଶ, ମେଘାଳୟ ଏବଂ ମିଜରାମ ଲକଡାଉନ ଅବଧିକୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ବର୍ତ୍ତମାନ ଦେଶରେ  ୬୨, ୯୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୧୯,୩୫୭ ଜଣ ସୁସ୍ଥ ହୋଇ ଡିସ୍ଚାର୍ଜ ହୋଇଛନ୍ତି ଓ ଏଥିରୁ ମୃତ୍ୟୁ ବରଣ କରିଛନ୍ତି ୨୧୦୯ ଓ ମାଇଗ୍ରେଟେଡ ଅଛନ୍ତି ଜଣେ । ଏହାକୁ ଦୃଷ୍ଟିରେ ରଖି ମୋଦି କିଛି  ନିଷ୍ପତ୍ତି ଶୁଣାଇ ପାରନ୍ତି ବୋଲି ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.