ମହଙ୍ଗା ପଡ଼ିଲା ଲକଡାଉନ ନିୟମ ଉଲ୍ଲଂଘନ କରିବା, ୪୧ ଜଣଙ୍କ ନାଁରେ ମାମଲା ରୁଜୁ

ମୋହନା(କେ.ନ୍ୟୁଜ): ମହଙ୍ଗା ପଡ଼ିଲା ଲକଡାଉନ ନିୟମ ଉଲ୍ଲଂଘନ କରିବା। ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ମୋହନା ତହସିଲଦାର ଆଜି ୪୧ଜଣଙ୍କ ନାମରେ ମାମଲା ଦାୟର କରିଛନ୍ତି।

ସୂଚନା ପ୍ରକାରେ ଆଜି ମୋହନା ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ ମୋହନା ଥାନା କେଶରା ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ସମୟରେ ତେନ୍ତୁଳିଖୁଣ୍ଟି ଗ୍ରାମର ଚର୍ଚ୍ଚରେ ସାମୂହିକ ପ୍ରାର୍ଥନା ଚାଲିଥିବା ଖବର ପାଇ ସେ ସେଠାରେ ଚଢ଼ଉ କରିଥିଲେ। ସେଠାରେ ୪୧ ଜଣ ବ୍ୟକ୍ତି ଚର୍ଚ୍ଚ ମଧ୍ୟରେ ପ୍ରାର୍ଥନା କରୁଥିବା ଅବସ୍ଥାରେ ଧରାପଡ଼ିଥିଲେ। ସେମାନଙ୍କ ନାମରେ ମାମଲା ରୁଜୁ ହେବା ସହ ସମସ୍ତ ନିୟମ ଉଲ୍ଲଂଘନକାରୀଙ୍କୁ ମୋହନା ଥାନାକୁ ହସ୍ତାନ୍ତର କରାଯାଇଥିଲା। ଥାନାରେ ୪୧ ଜଣଙ୍କୁ ନୋଟିସ ଦିଆଯାଇ ଛଡାଯାଇଛି।

How to Respond to Selfishness Within the Church - Singles Advice

ତେବେ ବାରମ୍ବାର ସଚେତନ କରାଯାଉଥିଲେ ମଧ୍ୟ ମୋହନା ଅଞ୍ଚଳରେ ଲୋକେ ସରକାରୀ ନିୟମ ମାନିବାକୁ ନାରାଜ। ଫଳରେ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଉଛି। ଅନ୍ୟପଟେ ଗଜପତି ଜିଲ୍ଲା ଗ୍ରୀନଜୋନରେ ଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ନିୟମ କୋହଳ କରିନାହିଁ, ଫଳରେ ଜିଲ୍ଲାରେ ଲକଡାଉନ ନିୟମ ବଳବତ୍ତର ରହିଛି। ଆଗକୁ ମଧ୍ୟ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ସୂଚନା ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.