ବୃଦ୍ଧଙ୍କ ଦେହରେ ହଠାତ୍ ଲାଗିଗଲା କାଳିସୀ, ପାଣିରେ ଡେଇଁ ଜୀବନ ହାରିଲେ

ସୋର(କେନ୍ୟୁଜ୍): ସମାଜକୁ ସଂସ୍କାର ଓ ଅନ୍ଧବିଶ୍ୱାସ ଲୋକଙ୍କ ମାନସିକତାରେ ଏପରି ସ୍ଥାନ ପାଇଛି ଯେ ଏଦିଗରେ ଯେତେ ଯାହା ପଦକ୍ଷପ ନେଲେ ବି ତାହା କମିବାର ନା ନେଉନି। ଆଜିର ଦିନରେ ବି ଲୋକେ ବିଷାକ୍ତ ସାପ କାମୁଡ଼ାକୁ ଗୁଣିଗାରେଡି ସାହାଯ୍ୟରେ ଭଲ ହୋଇଯିବାର ଆଶା ରଖିବଥିବା ସହ, ସ୍ବୟଂ ଭଗବାନ ଆସି ମଣିଷ ଶରୀରରେ ପ୍ରବେଶ କରି ଭବିଷ୍ଯତ କହି ଦେଉଥିବା ଭଳି କଥାକୁ ଆଖିବୁଜି ବିଶ୍ବାସ କରୁଛନ୍ତି। ଆମେ ମାନେ କାହା ବିଶ୍ବାସକୁ ବାଧା ପହଁଚାଉନୁ ବରଂ ଏଇ ବିଶ୍ବାସ ପାଇଁ ଆପଣ କରିବସୁଥିବା କିଛି ବୋକାମୀ ଯାହା କିଛି ସ୍ଥାନରେ ଆପଣଙ୍କୁ ହିଁ କ୍ଷତି ପହଁଚରଉଛି ସେ ବିଷୟରେ କହୁଛୁ । ଏଭଳି ଏକ ଅଘଟଣ ଘଟିଛି ବାଲେଶ୍ବର ଜିଲ୍ଲା ମୂଳିଶିଂ ପଞ୍ଚାୟତ ଖୁଣ୍ଟାତଡ଼l ସାହିରେ। ଯାହା ଏ ସଭ୍ଯ ସମାଜକୁ କିଛି ଶିକ୍ଷା ଦେବ ନିଶ୍ଚିତ।

ଘଟଣାଟି ହେଉଛି ଜଣେ ବ୍ଯକ୍ତିଙ୍କ ଶରୀରରେ କାଳିସୀ ଲାଗିବା ହେଲା କାଳ। ଆଜ୍ଞା ହଁ କାଳିସୀ ଲାଗିବା ପରେ ପାଣିରେ ଡେଇଁ ଜୀବନ ହାରିଲେ ବୃଦ୍ଧ। ମୂଳିଶିଂ ପଞ୍ଚାୟତ ଖୁଣ୍ଟାତଡା ସାହିରେ ଥିବା ବାଇଧର ସାହୁ (୫୯) । କlଳିସୀ ଲାଗି ପୋଖରୀକୁ ଡେଇଁ ପଡ଼ିଥିଲେ ବାଇଧର। ସରସ୍ଵତୀ ପୂଜା ଉପଲକ୍ଷେ ଗତକାଲି ସେଠାରେ କୀର୍ତ୍ତନ ହେଉଥିବା ବେଳେ ବାଇଧରଙ୍କୁ କାଳିସୀ ଲାଗିଥିବାରୁ ସେ ଯୋଗେଶ୍ୱର ଠାକୁରାଣୀ ପୋଖରୀକୁ ଡେଇଁ ପଡିଥିଲେ। ହେଲେ ପୋଖରୀରୁ କିଛି ସମୟ ମଧ୍ୟରେ ବାଇଧର ନବାହରିବାରୁ ଉପସ୍ଥିତ ଗାଁ ଲୋକ ପାଣିରେ ପଶି ଖୋଜାଖୋଜି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ଏହାପରେ ତାଙ୍କୁ ତରନ୍ତ ସୋର ଡାକ୍ତଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ହେଲେ ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଗୋଟେପଟେ ଚନ୍ଦ୍ରପୁଷ୍ଠରେ ମଣିଷ ବସବାସ କରିବା ପାଇଁ ଜାଗା କିଣିବା ବେଳେ ପୂର୍ବପୁରୁଷଙ୍କ ଦ୍ବାରା ଚଳି ଆସୁଥିବା ପୁରାତନ ପରମ୍ପରା ଆଜି ବି ଜାବୁଡି ଧରିଛି ଆଧୁନିକ ମଣିଷ । ବିଜ୍ଞାନର ଅଗ୍ରଗତି ପରେ ବି ଅନ୍ଧବିଶ୍ୱାସକୁ ଛାଡ଼ି ପାରିନାହିଁ । ଏହି ବିଶ୍ୱାସ ଏମିତି କବଳିତ କରିଦିଏଯେ ନିଜ ଲୋକଙ୍କ ଜୀବନ ଦାଉରେ ଲଗେଇବାକୁ ବି ପଛାଏ ନାହିଁ । ଆମେ ଏଠି ଭଗବାନଙ୍କୁ ଭକ୍ତି କିମ୍ବା ପୂଜା କରିବାକୁ ମନାକରୁନୁ ହେଲେ ଭଗବାନଙ୍କ ନାଁ ଏଠି ଚାଲିଥିବା ଅନ୍ଧବିଶ୍ୱାସକୁ ବିରୋଧ କରୁଛୁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.