କୁଚିଣ୍ଡା- ସଗରା ଓ ଗଡ଼ପୋଷ ମଧ୍ୟବର୍ତ୍ତୀ ରେଳ ଧାରଣାରେ ଟ୍ରେନ୍ ଧକ୍କାରେ ବୃଦ୍ଧ ମୃତ

କୁଚିଣ୍ଡା: କୁଚିଣ୍ଡା- ସଗରା ଓ ଗଡ଼ପୋଷ ମଧ୍ୟବର୍ତ୍ତୀ ରେଳ ଧାରଣା କଡ଼ରେ ଜଣେ ବ୍ୟକ୍ତିଙ୍କ ଶବକୁ ବାମରା ଜିଆରପି ପୋଲିସ ଉଦ୍ଧାର କରିଛି। ଏ ନେଇ କେଶ ନମ୍ବର ୧୯/୨୧ ଅନୁସାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅନୁସନ୍ଧାନ ଜାରି ରଖିଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ ସଗରା ଗଡ଼ପୋଷ ରେଳ ଲାଇନ ମଝିରେ କି ମ୍ୟାନ ଭୁବନେଶ୍ୱର କୁମୁରା ଏକ ଶବ ଦେଖି ସଗରା ଷ୍ଟେସନ ମାଷ୍ଟରକୁ ସୂଚନା ଦେଇଥିଲେ। ତାଙ୍କ ଠାରୁ ସୂଚନା ଆଧାରରେ ବାମରା ଜିଆରପି ଫାଣ୍ଡି ଅଧିକାରୀ ତିନ୍ତୁସ ହୋରୋ ଘଟଣାସ୍ଥଳ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।

ପ୍ରାଥମିକ ତଦନ୍ତରୁ ମୃତକ ଜଣକ ସଗରା ଖ୍ରୀଷ୍ଟିଆନ ପଡ଼ାର ଥିଓଫିଲ ଏକ୍କା(୫୮) ବୋଲି ପରିଚୟ ମିଳିଥିଲା। ଗୋବିନ୍ଦପୁର ଡାକ୍ତରଖାନାରେ ଶବ ବ୍ୟବଛେଦ ପରେ ପୁଅ ଅଶୋକ ଏକ୍କାଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା। କୌଣସି ଏକ ଚଳନ୍ତା ଟ୍ରେନ ଧକ୍କାରେ ଥିଓଫିଲଙ୍କ ମୃତ୍ୟୁ ହୋଇଥିବା ପାରିପାର୍ଶ୍ବିକ ସ୍ଥିତିରୁ ଜଣାପଡ଼ୁଛ ବୋଲି ଜିଆରପି ଫାଣ୍ଡି ଅଧିକାରୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.