Below header

ବକେୟା ଅର୍ଥ ଓ ଦାନା ପ୍ରଦାନ ଦାବିରେ ଓମଫେଡ୍‌ ଟ୍ୟାଙ୍କରକୁ ଅଟକ ରଖିଲେ ଶତାଧିକ ଚାଷୀ

ଭଦ୍ରକ(କେନ୍ୟୁଜ୍) : ବକେୟା ଅର୍ଥ ଓ ଦାନା ପ୍ରଦାନ ଦାବିରେ ଓମଫେଡ୍‌ ଟ୍ୟାଙ୍କରକୁ ଅଟକ ରଖିଲେ ଭଦ୍ରକ ମତୋ ଅଞ୍ଚଳର ଶତାଧିକ ଚାଷୀ । ବଡ଼ସିଂପୁର, ମତୋ, କଣ୍ଡିଆସାହି ଆଦି ଅଞ୍ଚଳର ଚାଷୀ ସୋସାଇଟ୍‌ ମାଧ୍ୟମରେ ଓମଫେଡକୁ କ୍ଷୀର ଦେଇଥାନ୍ତି । ଗତ ନଭେମ୍ବର ୨୯ ଓ ୩୦ ତାରିଖରେ ଓମଫେଡକୁ କ୍ଷୀର ଦେଇଥିଲେ ମଧ୍ୟ ଏପର‌୍ୟ୍ୟନ୍ତ ଟଙ୍କା ପାଇନାହାନ୍ତି । ବିଭାଗୀୟ ଅଧିକାରୀ କହିଥିଲେ, କ୍ଷୀର ମାନ ଖରାପ ଥିବାରୁ ସେ ବାବଦ ଟଙ୍କା ଶାଳପଡା ଡାଇରୀରେ ଅଟକି ରହିଛି । ଆଜି କ୍ଷୀର ସଂଗ୍ରହ ପାଇଁ ଆସିଥିବା ଚାଷୀମାନେ ଏକ ମିନି ଟ୍ୟାଙ୍କରକୁ ମତୋ ବଜାରରେ ଅଟକ ରଖିଥିଲେ । ଜିଲ୍ଲା ଓମଫେଡ୍‌ ୟୁନିଟ୍‌ ମ୍ୟାନେଜର ପହଞ୍ଚି ବୁଝାସୁଝା କରିବା ପରେ ଗାଡ଼ିକୁ ଛାଡିଥିଲେ ଚାଷୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.