ସୋନାକ୍ଷୀ ସିହ୍ନା ଆମାଜନରୁ ମଗାଇଲେ ୧୮ ହଜାର ଟଙ୍କାର ହେଡ଼ଫୋନ, କିନ୍ତୁ ପାର୍ସଲ ଆସିଲା …

ମୁମ୍ବାଇ : ବଲିଉଡ଼ର ସୁପରହିଟ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କୁ ଅନଲାଇନ ସପିଂ କରିବା ପଡ଼ିଲା ମହଙ୍ଗା। ଏହି କଥାର ଖୁଲାସା ଖୋଦ ସୋନାକ୍ଷୀ ତାଙ୍କର ମିଡ଼ିଆ ଆକାଉଣ୍ଟରେ ପୋଷ୍ଟ କରି କହିଛନ୍ତି। ଅଭିନେତ୍ରୀ କହିଛନ୍ତି, ସେ ଅନଲାଇନ ସପିଂ ସାଇଟ ଆମାଜନରେ ଏକ ହେଟଫୋନ ମଗାଇଥିଲେ। କିନ୍ତୁ ତାଙ୍କୁ ହେଡ଼ଫୋନ ଯାଗାରେ ମିଳିଥିଲା ଲୁହା ରଡ଼। ଏହି କଥା ସୋନାକ୍ଷୀ ସୋସିଆଲ ମିଡ଼ିଆରେ ଆମାଜନକୁ ଆକ୍ଷେପ କରି ପୋଷ୍ଟ କରିଛନ୍ତି।

sona-story

ସୋନାକ୍ଷୀ ଆମାଜନରୁ ଆସିଥିବା ସେହି ପାର୍ସଲର ଫଟୋ ପୋଷ୍ଟ କରିବା ସହ କ୍ୟାପସନରେ ଲେଖିଛନ୍ତି , ମୁଁ ନିଜ ପାଇଁ ଆମାଜନରୁ ବୋସ୍ କମ୍ପାନିର ହେଡଫୋନ ମଗାଇଥିଲି ଦେଖନ୍ତୁ ମତେ କଣ ମିଳିଲା। ଏହା ସଂପୂର୍ଣ୍ଣ ଭାବେ ପ୍ୟାକ୍ ରହିଥିଲା । ବାହାରୁ ଦେଖିବାକୁ ଏହା ଏକଦମ ପରଫେକ୍ଟ ରହିଥିଲା। କିନ୍ତୁ ଖାଲି ବାହାରୁ। ଏପରି କି ଏବେ ଆମାଜନର କଷ୍ଟମର ସର୍ଭିସ ମତେ କୌଣସି ପ୍ରକାରର ସାହାଯ୍ୟ କରିବାକୁ ଚାହୁଁନି। ଯାହା ବାସ୍ତବରେ ଅସୁବିଧାର କାରଣ ପାଲଟିଛି।

ସୋନିକ୍ଷୀଙ୍କ ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା ପରେ ତୁରନ୍ତ ଆମାଜନ ଏଥିରେ ଉତ୍ତର ଦେଇଛି। ଆମ କଷ୍ଟମର କେୟାର ସର୍ଭିସ ପାଇଁ ଆମେ କ୍ଷମା ମାଗୁଛୁ। ଦୟାକରି ଏଠାରେ ଆପଣଙ୍କ ଡ଼ିଟେଲ୍ସ ଦିଅନ୍ତୁ , ଆମେ ଏହି ସମ୍ବନ୍ଧୀୟ ଆପଣଙ୍କୁ ସହାୟତା କରିବୁ।
ତେବେ ଏହା ପୂର୍ବରୁ ମଧ୍ୟ ଅନେକ ଥର ଗ୍ରାହକଙ୍କର ଏପରି ଅଭିଯୋଗ ଆସୁଥିବା ଦେଖାଯାଇଛି। କିନ୍ତୁ ଅଭିନେତ୍ରୀ ସୋନାକ୍ଷୀଙ୍କ ପୋଷ୍ଠ ପରେ ଆମାଜନକୁ ଖୁବ ଟ୍ରୋଲ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.