ଆଜି ୩ୟ ଦିନରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ପୁରୀବାସୀ, ପ୍ରମାଣ ପତ୍ର ଓ ଟୋକନ ଦେଖାଇ ମନ୍ଦିରକୁ କରୁଛନ୍ତି ପ୍ରବେଶ

ପୁରୀ(କେନ୍ଯୁଜ୍):ଆଜି ୩ୟ ଦିନରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ପୁରୀବାସୀ । ସକାଳ ୭ଟାରୁ ସଂଧ୍ୟା ୭ଟା ମଧ୍ୟରେ ୩ଟି ପର୍ଯ୍ୟାୟରେ ଓ୍ଵାର୍ଡଓ୍ଵାରୀ ଦର୍ଶନ କରିବେ ପୁରୀବାସୀ । ସକାଳ ୭ଟାରୁ ୧୦ଟା ୩୦ ଯାଏ ୮,୧୩,୧୯, ଓ ୧୧ ନମ୍ବର ଓ୍ଵାର୍ଡ ଲୋକେ ଦର୍ଶନ କରିବେ ।

ସେହିଭଳି ୧୧ଟାରୁ ୨ଟା ୩୦ ଯାଏ ୨୩, ୨୫ ଓ ୩ଟା ୩୦ରୁ ୭ଟା ମଧ୍ୟରେ ୨,୬, ୧୬ ଓ ୧୭ ନମ୍ବର ଓ୍ଵାର୍ଡ ଲୋକେ ଦର୍ଶନ କରିବାର ବ୍ୟବସ୍ଥା କରାଯାଇଛି । ସ୍ଥାନୀୟ ବାସିନ୍ଦା ହେବାର ପ୍ରମାଣ ପତ୍ର ବା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଟୋକନ ଦେଖାଇ ମନ୍ଦିରକୁ ପ୍ରବେଶ କରିପାରିବେ ଭକ୍ତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.