ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ପୁଣି ବାଜି ମରିଲେ କିସ୍ ଛାତ୍ରଛାତ୍ରୀ, ସେପଟେ ଶତପ୍ରତିଶତ ସଫଳତା ହାସଲ କଲେ କଲରାବାଙ୍କ ହାଇସ୍କୁଲ ଛାତ୍ରଛାତ୍ରୀ

କେନ୍ୟୁଜ(ବ୍ୟୁରୋ):  ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ ସୋସିଆଲ ସାଇନସେନ ( କିସ୍‌)ର ଛାତ୍ରଛାତ୍ରୀ ପୁଣି ଥରେ ବାଜିମାତ କରିଥିବା ବେଳେ ୩୫୦ ଛାତ୍ରଛାତ୍ରୀ ୬୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । କିସ୍‌ର ପାସ ହାର ୯୮ ପ୍ରତିଶତ ହୋଇଥିବା ବେଳେ ସମଗ୍ର ରାଜ୍ୟର ପାସ ହାର ୭୮.୭୬ ପ୍ରତିଶତ ରହିଛି । ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ କିସ୍‌ର ରେକର୍ଡ ସଂଖ୍ୟକ ୧୯୧୬ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ପୂର୍ବବର୍ଷ ପରି ଚଳିତ ବର୍ଷ ମଧ୍ୟ ଛାତ୍ରଙ୍କ ଅପେକ୍ଷା ଛାତ୍ରୀ ମାନେ ଅଧିକ ସଂଖ୍ୟାରେ ସଫଳତା ହାସଲ କରିଛନ୍ତି ।

କିସ୍‌ରେ ପଢୁଥିବା ଆଦିମ ଜନଜାତି ଛାତ୍ର ଯୋଗେଶ କାଡ୍ରାକା ସର୍ବାଧିକ ୯୦ ପ୍ରତିଶତ ନମ୍ବର ରଖି ସ୍କୁଲ ଟପର ହୋଇଥିବା ବେଳେ ଗଣିତରେ ୯୯ ନମ୍ବର ସହ ୯୦ ପ୍ରତିଶତ ନମ୍ବର ରଖି ଦେବରାଜ ମାଝୀ ମଧ୍ୟ ସ୍କୁଲର ଯୁଗ୍ମ ଟପର ହୋଇଛନ୍ତି । ଗୋଟିଏ ଶିକ୍ଷାନୁଷ୍ଠାନରୁ ଏତେ ସଂଖ୍ୟକ ପିଲା ମ୍ୟାଟ୍ରିକ ପରୀକ୍ଷାରେ ପାସ କରିବା କିସ୍‌ ସମଗ୍ର ଦେଶର ପ୍ରଥମ ଅନୁଷ୍ଠାନ ବୋଲି କୁହାଯାଉଛି । ୨୦୦୦ ମସିହାରୁ ୨୦୨୦ ଦୀର୍ଘ ୨୧ ବର୍ଷ ଧରି ଲଗାତାର କିସ୍‌ର ପିଲାମାନେ ପାଖାପାଖି ଶତପ୍ରତିଶତ ସଫଳତା ହାସଲ କରିଆସୁଛନ୍ତି । ଚଳିତବର୍ଷ ଡିଡାଇ ଜୁଆଙ୍ଗ, ଖଡିଆ, ଲୋଧା, ଲାଞ୍ଚିଆ ସଉରା ଓ ବଣ୍ଡା ଆଦି ଆଦିମ ଜନଜାତିର ୪୦୦ ଜଣ ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି ।

କିସ୍‌ ଫଳାଫଳ ନେଇ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଆନନ୍ଦ ପ୍ରକାଶ କରିବା ସହ କିସ୍‌ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀଙ୍କ ଅଦମ୍ୟ ଉଦ୍ୟମ ଓ ଛାତ୍ରଛାତ୍ରୀଙ୍କ କଠିନ ପରିଶ୍ରମ ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି କହିଛନ୍ତି । ଡ.ସାମନ୍ତ କିସ୍‌ର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇବା ସହ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ସେପଟେ  ଚଳିତ ବର୍ଷ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ କଲରାବାଙ୍କ ହାଇସ୍କୁଲ ଛାତ୍ରଛାତ୍ରୀ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି । ଚଳିତବର୍ଷ ସ୍କୁଲର ମୋଟ ୧୨୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮୦ ଜଣ ୬୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ସ୍କୁଲର ଛାତ୍ରୀ ସୋନିଆ ସୁଚରିତା ବିଶ୍ୱାଳ ସର୍ବାଧିକ ୯୪ ପ୍ରତିଶତ ନମ୍ବର ରଖି ସ୍କୁଲ ଟପର ହୋଇଥିବା ବେଳେ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି ।

kalarabank 2୧୯୯୮ ମସିହାରେ ପ୍ରତିଷ୍ଠା ହୋଇଥିବା କଲରାବାଙ୍କ ହାଇସ୍କୁଲର ଛାତ୍ରଛାତ୍ରୀମାନେ ଦୀର୍ଘ ୧୫ ବର୍ଷ ଧରି ମାଟି୍ରକ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ହାସଲ କରିଆସୁଛନ୍ତି । ସ୍କୁଲର ଏହି ସଫଳତାରେ ଆନନ୍ଦ ପ୍ରକାଶ କରି ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ସମସ୍ତ ସଫଳ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ପ୍ରଧାନ ଶିକ୍ଷକଙ୍କ ସମେତ ଅନ୍ୟ ସମସ୍ତ ସହକାରୀ ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଡ.ସାମନ୍ତ କହିଛନ୍ତି କଲରାବାଙ୍କ ହାଇସ୍କୁଲ ଏକ ଗ୍ରାମାଞ୍ଚଳ ସ୍କୁଲ ହୋଇଥିଲେ ମଧ୍ୟ ଗୁଣାତ୍ମକ ଶିକ୍ଷା, ଛାତ୍ରଛାତ୍ରୀଙ୍କ ଉପଯୁକ୍ତ ଯତ୍ନ, ଶିକ୍ଷକ-ଶିକ୍ଷୟତ୍ରୀଙ୍କର ସମୟପେଯୋଗୀ ମାର୍ଗଦର୍ଶନ ସେମାନଙ୍କୁ ଲଗାତାର ଭାବେ ଦୀର୍ଘ ୧୫ ବର୍ଷ ଧରି ଏହି ସଫଳତା ଆଣିଦେଇଛି । ଏହି ସଫଳତାରେ ସ୍କୁଲ ପରିଚାଳନା କମିଟିର ସମ୍ପାଦିକା ଡ. ଇତି ସାମନ୍ତ ମଧ୍ୟ କୃତୀ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟକ କାମନା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.