Below header

ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ

ବାଲେଶ୍ବର ଜିଲ୍ଲା 60 ନମ୍ବର ଜାତୀୟ ରାଜପଥରର ହଳଦୀପଦା ଗେମନ ବ୍ରିଜ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 2 ଜଣ ଗୁରୁତର ହୋଇଛନ୍ତି ।

ବାଲେଶ୍ବର : ବାଲେଶ୍ବର ଜିଲ୍ଲା 60 ନମ୍ବର ଜାତୀୟ ରାଜପଥରର ହଳଦୀପଦା ଗେମନ ବ୍ରିଜ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 2 ଜଣ ଗୁରୁତର ହୋଇଛନ୍ତି ।

ସୂଚନା ଅନୁଯାୟୀ, ବସ୍ତା ଥାନା ଅନ୍ତର୍ଗତ ତେନ୍ତୁଳିଆ ଗ୍ରାମର ରାହୁଲ ହାତୀ,ପରେଶ ବେହେରା ଓ ପର୍ଶୁରାମ ବେହେରା ତିନି ଜଣ ସାଙ୍ଗ ଗତକାଲି ବାଇକରେ କୌଣସି କାମରେ ବାଲେଶ୍ବର ଯାଇ ଥିବା ବେଳେ ରାତିରେ ଘରକୁ ଫେରୁଥିଲେ । ଏହି ସମୟରେ ହଳଦୀପଦା ଗେମନ ବ୍ରିଜ ନିକଟରେ ବାଇକର ଚକା ସ୍ଲିପ କରିବାରୁ ବାଇକଟି ସିମେଣ୍ଟ ପାହ୍ଯାରେ ପିଟି ହୋଇ ଭାରସାମ୍ଯ ହରାଇ ଜାତୀୟ ରାଜପଥ ତଳକୁ ଖସି ପଡିଥିଲା ।

ପ୍ରବଳ ଶୀତ ଏବଂ ଅନ୍ଧାର ରାତି ଯୋଗୁଂ ଜନଶୂନ୍ଯ ହୋଇଥିବାରୁ ଏମାନଙ୍କୁ କେହି ଦେଖି ପାରି ନଥିଲେ । କିଛି ସମୟ ପରେ ଏମାନଙ୍କର ଚିତ୍କାର ଶୁଣି ସ୍ଥାନୀୟ ଲୋକ ପହଞ୍ଚି ହଳଦୀପଦା ଫାଣ୍ତି ପୋଲିସ ଏବଂ ଜାତୀୟ ରାଜପଥ ପେଟ୍ରୋଲିଂ ଭ୍ଯାନକୁ ଖବର ଦେବା ପରେ ସେମାନେ ପହଞ୍ଚି 3 ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାଲେଶ୍ବର ମୁଖ୍ଯ ଚିକିତ୍ସାଳୟକୁ ପଠାଇଥିଲେ । ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରାହୂଲଙ୍କ ମୃତ୍ଯୁ ହୋଇଥିବା ବେଳେ ଅନ୍ଯ ଦୁଇଜଣଙ୍କ ମଧ୍ଯରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ମୃତ୍ଯୁ ଖବର ଗ୍ରାମରେ ପହଞ୍ଚିବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.