ପୁଣି ଟାଙ୍ଗୀ-ଚାନ୍ଦପୁର ବାଇପାସରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମୃତ ଓ ୪ ଗୁରୁତର

କୁକୁଡାଝରି ଗ୍ରାମର ୫ ଜଣ ନିର୍ମାଣ ଶ୍ରମିକ ଢଳେଇ କାମ ପାଇଁ  ପିକ୍ ଅପ୍ ଭ୍ୟାନରେ କୁକୁଡା ଝରି ଗ୍ରାମରୁ ବାଲୁଗାଁ ଅଭିମୁଖେ ଯାଉଥିବା ବେଳେ ଗୌରଚନ୍ଦ୍ରପୁର ଛକରେ ଏକ  ଆଇଚର ଟ୍ରକ୍ ପିକଅପ୍ ଭ୍ୟାନକୁ ପଛ ପଟୁ ଧକ୍କା ଦେଇଥିଲା ।

ଟାଙ୍ଗୀ(କେନ୍ୟୁଜ୍): ପୁଣି ସଡକ ଦୁର୍ଘଟଣା। ପୁଣି ସେହି ସ୍ଥାନରେ ହେଲା ସଡକ ଦୁର୍ଘଟଣା। ୧୬ ନଂ ଜାତୀୟ ରାଜପଥ ଟାଙ୍ଗୀ ଚାନ୍ଦପୁର ବାଇପାସ୍ ଗୌରଚନ୍ଦ୍ର ପୁର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଜଣେ  ମୃତ ଓ ୪ ଗୁରୁତର। ମୃତକ ଜଣକ ହେଲେ ଚାନ୍ଦପୁର ଥାନା  କୁକୁଡା ଝରି ଗ୍ରାମର ୪୮ ବର୍ଷୀୟ କାଳିଆ ତାଡ। ଗୁରୁତର ହେଲେ ୪୫ ବର୍ଷୀୟ ବସନ୍ତ ତାଡ ଓ  ୩୪ ବର୍ଷୀୟ ସାଗର ତାଡ ।

କୁକୁଡାଝରି ଗ୍ରାମର ୫ ଜଣ ନିର୍ମାଣ ଶ୍ରମିକ ଢଳେଇ କାମ କରିବା ପାଇଁ  ନିଜର ସମସ୍ତ ସାଜ ସରଂଜାମ ସହ ଏକ  ପିକ୍ ଅପ୍ ଭ୍ୟାନରେ କୁକୁଡା ଝରି ଗ୍ରାମରୁ ବାଲୁଗାଁ ଅଭିମୁଖେ ଯାଉଥିବା ବେଳେ ଗୌରଚନ୍ଦ୍ରପୁର ଛକରେ ଏକ  ଆଇଚର ଟ୍ରକ୍ ପିକଅପ୍ ଭ୍ୟାନକୁ ପଛ ପଟୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ  ଅନ୍ୟ ୪ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ଖବର ପାଇ ଚାନ୍ଦପୁର ପୋଲିସ୍ ଓ ଟାଙ୍ଗୀ ଅଗ୍ନିଶମ ବାହିନୀ  ମୃତକ ଓ ଗୁରୁତରଙ୍କୁ ଉଦ୍ଧାର କରି ଚାନ୍ଦପୁର ମେଡିକାଲରେ ଭର୍ତ୍ତି କରିଛନ୍ତି। ଘଟଣା ସ୍ଥଳରେ ଏବେ ଉତ୍ତେଜନା  ଲାଗି ରହିଛି ।ସେହି ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟି ଧନ ଜୀଵନ  କ୍ଷୟ କ୍ଷତି ହେଉଥିଵାରୁ ଲୋକେ ସେଠାରେ  ଓଭର ବ୍ରିଜ୍ ନିର୍ମାଣ ପାଇଁ ଦାବି କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.