ରାୟଗଡ଼ାରେ ଅଦନିଆ କାଳ ବୈଶାଖୀ ରଚିଲା ତାଣ୍ଡବ, ନେଲା ଧନ ସହ ଜୀବନ

ଆଜି କାଳ ବୈଶାଖି ପ୍ରଭାବରେ ଅନେକ ଘର  ଦ୍ବାରର ଛାତ ଉଡେଇଥିବା ବେଳେ ବଜ୍ରପାତରେ ଜଣଙ୍କର ଜୀବନ ଯାଇଛି। ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅଞ୍ଚଳର ଅନେକ ଗ୍ରାମରେ ଆଜି କାଳ ବୈଶାଖିର ପ୍ରଭାବ ଦେଖିବାକୁ ମିଳିଛି।

ରାୟଗଡ଼ା(କେନ୍ୟୁଜ୍): ଅଦନିଆ କାଳ ବୈଶାଖୀ ରଚିଲା ତାଣ୍ଡବ। ଆଜି କାଳ ବୈଶାଖୀ ପ୍ରଭାବରେ ଅନେକ ଘର  ଦ୍ବାରର ଛାତ ଉଡେଇଥିବା ବେଳେ ବଜ୍ରପାତରେ ଜଣଙ୍କର ଜୀବନ ଯାଇଛି। ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅଞ୍ଚଳର ଅନେକ ଗ୍ରାମରେ ଆଜି କାଳ ବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି। ଆଜି ଅପରାହ୍ନ ସମୟରେ ବିଷମକଟକରେ ପବନ ବର୍ଷା ସାଙ୍ଗକୁ ଘଡଘଡି ବିଜୁଳି ହେବା ଯୋଗୁଁ ଚାଟିକଣା , ମଣ୍ଡାପାଇ ଓ ବଡ ମଟକବାଡି ଗ୍ରାମଗୁଡିକରେ ଅନେକ ଲୋକଙ୍କ ଘରର ଛାତ ଉଡେଇ ନେଇ ଯାଇଥିବା ବେଳେ ଅନେକ ଧନ ଜୀବନ ନଷ୍ଟ  ହୋଇଛି। ସେହିପରି ରାସ୍ତା ଉପରେ ଗଛପଡି ମଣ୍ଡାପାଇ ଗ୍ରାମରେ ଯାତାୟତ ଠପ୍ ହଇଥିବା ବେଳେ ଘରର ଛାତ ପବନରେ ଉଡିଯାଇଛି।

ସେହିପରି ଚାଟିକଣା ଗାଁରେ ମଧ୍ୟସମାନ ପରିସ୍ଥିତି ପବନ ବର୍ଷାଯୋଗୁଁ ବଡ ବଡ ଗଛଭାଙ୍ଗି ଟାଟା  ମ୍ୟାଜିକ୍ ଗାଡି ଓ ଅଟ ଉପରେ ପଡିଥିବା ଯୋଗୁଁ ଗାଡି ଗୁଡିକ ସମ୍ପୂର୍ଣ ଭାବରେ ଭାଙ୍ଗି ଯାଇଥିବା ଜଣାପଡିଛି । ତା ସାଙ୍ଗକୁ ପନିପରିବା ମାର୍କେଟ ଓ ଘର ମଧ୍ୟ ଆଶିଂକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି।  ସେହିପରି ବଡମଟକ ବାଡି ଗ୍ରାମରେ ଆମ୍ବ ଗଟେଇବାକୁ ଯାଇଥିବା ଜଣେ ଯୁବକଙ୍କ ଉପରେ ବଜ୍ରପାତ ହେବାରୁ ଯୁବକ ଜଣଙ୍କର ମୃତ୍ୟୁ ହୋଇଛି।  ମୃତ୍ୟୁ ଯୁବକ ଜଣଙ୍କ ବୁଡୁ କନ୍ଦପାନି ବୋଲି ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.