ଆଉ ନାହାନ୍ତି ପୂର୍ବତନ ‘ମିଷ୍ଟର ଇଣ୍ଡିଆ’ ପ୍ରେମ୍‌ରାଜ ଅରୋରା, ୪୨ ବର୍ଷ ବୟସରେ ହୃଦ୍‌ଘାତରେ ମୃତ୍ୟୁ

ରାଜସ୍ଥାନ କୋଟାରୁ ଆସିଛି ଏକ ଦୁଃଖଦ ଖବର। ଜଣାଶୁଣା ବଡି ବିଲ୍ଡର ତଥା ପୂର୍ବତନ ‘ମିଷ୍ଟର ଇଣ୍ଡିଆ’ ପ୍ରେମ୍‌ରାଜ ଅରୋରାଙ୍କର ହୃଦଘାତରେ ପରଲୋକ ହୋଇଛି।

ରାଜସ୍ଥାନ କୋଟାରୁ ଆସିଛି ଏକ ଦୁଃଖଦ ଖବର। ଜଣାଶୁଣା ବଡି ବିଲ୍ଡର ତଥା ପୂର୍ବତନ ‘ମିଷ୍ଟର ଇଣ୍ଡିଆ’ ପ୍ରେମ୍‌ରାଜ ଅରୋରାଙ୍କର ହୃଦଘାତରେ ପରଲୋକ ହୋଇଛି। ମିଳିଥିବା ସୂଚନା ଅନୁସାରେ, ୪୨ ବର୍ଷୀୟ ପ୍ରେମ୍‌ରାଜ ନିଜର ନିତ୍ୟକର୍ମ ସାରି ବାଥରୁମକୁ ଗାଧୋଇବାକୁ ଯାଇଥିଲେ। ଦୀର୍ଘ ସମୟ ଧରି ସେ ବାହାରକୁ ନ ବାହାରିବାରୁ ଘରଲୋକେ କବାଟ ବାଡେଇଥିଲେ। କବାଟ ବାଡେଇବା ପରେ ମଧ୍ୟ ଭିତରୁ କୌଣସି ପ୍ରତିକ୍ରିୟା ଆସି ନ ଥିଲା।

ଯେତେବେଳେ ବାଥ୍‌ରୁମରୁ କିଛି ଶବ୍ଦ ଶୁଣାଯାଇ ନ ଥିଲା, ତ କବାଟ ଭାଙ୍ଗିବାକୁ ପଡ଼ିଥିଲା। କବାଟ ଭାଙ୍ଗିଯିବା ପରେ ପ୍ରେମରାଜ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ମିଳିଥିଲା। ପରିବାର ଲୋକେ ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

ପ୍ରେମ୍‌ରାଜଙ୍କ ମୃତ୍ୟୁରେ ପୂରା ପରିବାର ଗଭୀର ଦୁଃଖରେ ଅଛନ୍ତି। ତାଙ୍କର ଏପରି ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ପରିବାର ଲୋକେ, କାରଣ ସେ ବହୁତ ଫିଟ୍ ଥିଲେ। କହି ରଖୁଛୁ ଯେ ପ୍ରେମରାଜ ଅରୋରାଙ୍କର ଦୁଇ ଝିଅ ଅଛନ୍ତି।

ପ୍ରେମରାଜ ୨୦୧୨-୧୩ରେ ରାଜସ୍ଥାନର ସର୍ବଶ୍ରେଷ୍ଠ ପାୱାର ଲିଫ୍ଟିଙ୍ଗ୍‌ ପୁରସ୍କାର ଜିତିଥିଲେ। ୨୦୧୪ରେ ନାଗପୁରରେ ଆୟୋଜିତ ଏକ ପ୍ରତିଯୋଗିତାରେ ସେ ‘ମିଷ୍ଟର ଇଣ୍ଡିଆ’ ହୋଇଥିଲେ ଏବଂ ସ୍ୱର୍ଣ୍ଣ ପଦକ ଜିତିଥିଲେ। ୨୦୧୬-୧୮ ମଧ୍ୟରେ ସେ ଦୁଇଥର ମିଷ୍ଟର ରାଜସ୍ଥାନର ଟାଇଟଲ୍‌ ମଧ୍ୟ ଜିତିଥିଲେ।

You might also like