ଗୋଟିଏ ମଦ ବୋତଲରୁ ଲକ୍ଷପତି ହେଲେ ବ୍ୟକ୍ତି; ଦାମ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ପୁରୁଣା ହୋଇ ଯାଇଥିବାରୁ ନିଲାମରେ ୧୦୬, ୨୫୦ ଡଲାରରୁ ଅଧିକ ମୂଲ୍ୟରେ ବିକ୍ରି କରାଯାଇଥିଲା ଏହି ବୋତଲ। କେବଳ ଗୋଟିଏ ବୋତଲ ମଦ ପାଇଁ ୮୭ ଲକ୍ଷ ୮୩ ହଜାର ୮୪୬ ଟଙ୍କା ମିଳିଥିଲା । ତେବେ ଏହାର ମୂଲ୍ୟ ୫୦- ୮୦ ହଜାର ଡଲାର ମଧ୍ୟରେ ବିକ୍ରି ହେବ ବୋଲି ଆଶା କରାଯାଇଥିଲା । କିନ୍ତୁ ଏହା ୧୦୬, ୨୫୦ ଡଲାରରେ ବିକ୍ରି ହୋଇଥିଲା ।

(କେନ୍ୟୁଜ ବ୍ୟୁରୋ): ମଦ ଯେତେ ପୁରୁଣା ହୋଇଥାଏ, ତାର ମୂଲ୍ୟ ସେତେ ଅଧିକ ହୋଇଥାଏ । ମଦ ଦୋକାନ ମାନଙ୍କରେ ଲୋକମାନେ ପୁରୁଣା ମଦ ଖୋଜିଥିବାର ଦେଖାଯାଇଥାଏ । କାରଣ ପୁରୁଣା ମଦର ରଙ୍ଗ ଅଧିକ ସୁନ୍ଦର ଏବଂ ଏହାର ନିଶା ଅଧିକ ହୋଇଥାଏ ବୋଲି ବିଶ୍ୱାସ କରାଯାଏ । ଏଥିପାଇଁ ଏହାର ଦାମ ଅଧିକ ହୋଇଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ପୁରୁଣା ମଦ ପାଇଁ ଜଣେ ବ୍ୟକ୍ତି ଲକ୍ଷପତି ହୋଇଛନ୍ତି । ସେହି ବ୍ୟକ୍ତିଙ୍କ ନିକଟରେ କେବଳ ଗୋଟିଏ ବୋତଲ ମଦ ଥିଲା, କିନ୍ତୁ ସେ ଏହାକୁ ଏତେ ଅଧିକ ଦାମରେ ନିଲାମ କରିଥିଲେ ଯେ ଆପଣ ବିଶ୍ୱାସ କରି ପାରିବେ ନାହିଁ ।

ଖବର ଅନୁଯାୟୀ, କାଲିଫର୍ନିଆର ମାର୍କ ପଲସନ ନାମକ ଜଣେ ବ୍ୟକ୍ତି ୧୯୭୦ ମସିହାରେ ‘ଡୋମେନ ଦେ ଲା ରୋମାନି-କଣ୍ଟି ଲା ଟାଚେ’ ନାମକ ଏକ ବୋତଲ କିଣି ଏହାକୁ ନିଜ ବେସମେଣ୍ଟରେ ଥିବା ଏକ କାର୍ଡବୋର୍ଡ ବକ୍ସ ଭିତରେ ଲୁଚାଇ ରଖିଥିଲେ। ସେତେବେଳେ ପଲସନ୍ ଏହାକୁ 250 ଡଲାର ଅର୍ଥାତ୍ 20 ହଜାର ଟଙ୍କା ରେ କିଣିଥିଲେ । କିନ୍ତୁ ପୁରୁଣା ହୋଇ ଯାଇଥିବାରୁ ଏହାକୁ ନିଲାମରେ ୧୦୬, ୨୫୦ ଡଲାରରୁ ଅଧିକ ମୂଲ୍ୟରେ ବିକ୍ରି କରାଯାଇଥିଲା । ଅର୍ଥାତ୍ ଏହି ବ୍ୟକ୍ତିଙ୍କୁ କେବଳ ଗୋଟିଏ ବୋତଲ ମଦ ପାଇଁ ୮୭ ଲକ୍ଷ ୮୩ ହଜାର ୮୪୬ ଟଙ୍କା ମିଳିଥିଲା ।

ଏହି ବ୍ୟକ୍ତି ଜଣକ କହିଥିଲେ ଯେ ତାଙ୍କ ପାଖରେ ୫୦ ବର୍ଷ ପୁରୁଣା ମଦ ବୋତଲ ଅଛି, ଯାହା ସେ କେବେ ବି ଛୁଇଁ ନାହାଁନ୍ତି । ପରେ ଏହାକୁ ନିଲାମ ପାଇଁ ରଖାଯାଇଥିଲା । ତେବେ ଏହାର ମୂଲ୍ୟ ୫୦- ୮୦ ହଜାର ଡଲାର ମଧ୍ୟରେ ବିକ୍ରି ହେବ ବୋଲି ଆଶା କରାଯାଇଥିଲା । କିନ୍ତୁ ଏହା ୧୦୬, ୨୫୦ ଡଲାରରେ ବିକ୍ରି ହୋଇଥିଲା । ତାଙ୍କ କହିବାନୁସାରେ ଏହା ଏକ ବିରଳ ମଦ ଥିଲା, ଯାହାର ମୂଲ୍ୟ ବହୁତ କମ୍ ଥିଲା। ତେବେ ଏହି ମଦ ବୋତଲ ବିକ୍ରି କରି ମାର୍କ ପଲସନ ଲକ୍ଷପତି ହୋଇଥିବା ଜଣା ପଡ଼ିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.