ଡିସେମ୍ବର ୨୨ରେ ସିନେମା ହଲ୍‌ ହୁଲ୍‌ସ୍ତୁଲ୍‌ କରିବ ‘ପୁଷ୍ପା ୨’!

୨୦୨୧ରେ ମୁକ୍ତିଲାଭ କରିଥିବା ସାଉଥ୍‌ ସୁପରଷ୍ଟାର ଅଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’ ଏମିତି ଧମାକା କରିଥିଲା ଯେ ସେବେଠାରୁ ସମସ୍ତେ ଫିଲ୍ମର ଦ୍ୱିତୀୟ ଭାଗକୁ ଅପେକ୍ଷା କରିଛନ୍ତି।

୨୦୨୧ରେ ମୁକ୍ତିଲାଭ କରିଥିବା ସାଉଥ୍‌ ସୁପରଷ୍ଟାର ଅଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’ ଏମିତି ଧମାକା କରିଥିଲା ଯେ ସେବେଠାରୁ ସମସ୍ତେ ଫିଲ୍ମର ଦ୍ୱିତୀୟ ଭାଗକୁ ଅପେକ୍ଷା କରିଛନ୍ତି। କିଛି ଦିନ ତଳେ ନିର୍ମାତାମାନେ ‘ପୁଷ୍ପା ୨’ର ଏକ ଟିଜର ଭିଡିଓ ଏବଂ ଅଲୁ ଅର୍ଜୁନଙ୍କ ପୋଷ୍ଟର ଜାରି କରିଥିଲେ, ଯାହା ପ୍ରଶଂସକଙ୍କ ଉତ୍ସାହକୁ ଆହୁରି ବଢ଼ାଇ ଦେଇଥିଲା।

ଟିଜର ଏବଂ ପୋଷ୍ଟର ସାମ୍ନାକୁ ଆସିବା ପରେ ପ୍ରଶଂସକମାନେ ଏହି ଫିଲ୍ମକୁ ବେଶ୍‌ ଉତ୍ସାହର ସହିତ ଚାହିଁ ବସିଛନ୍ତି। ସମସ୍ତେ ଜାଣିବାକୁ ଚାହୁଁଛନ୍ତି ଯେ ପୁଷ୍ପା ୨ କେବେ ପରଦାକୁ ଆସିବ। ଯଦିଓ ଅଫିସିଆଲ ଭାବରେ ଏହାର ରିଲିଜ୍ ତାରିଖ ଏ ପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ। କିନ୍ତୁ କିଛି ମିଡିଆ ରିପୋର୍ଟ ମୁତାବକ, ଏହି ଫିଲ୍ମ ଡିସେମ୍ବରରେ ମୁକ୍ତିଲାଭ କରିପାରେ। କୁହାଯାଉଛି ଯେ ଅଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା ୨’ ଡିସେମ୍ବର ୨୨ରୁ ସିନେମାଘର ହୁଲ୍‌ସ୍ତୁଲ୍‌ କରିବ।

ବର୍ତ୍ତମାନ ସୁଦ୍ଧା ରିଲିଜ୍ ତାରିଖକୁ ନେଇ ନିର୍ମାତାଙ୍କ ତରଫରୁ କିଛି ବି କୁହାଯାଇନାହିଁ। କିନ୍ତୁ ଯଦି ଏମିତି ହୁଏ, ତେବେ ଶାହରୁଖ ଖାନଙ୍କ ଫିଲ୍ମ ‘ଡଙ୍କି’ ସହ ‘ପୁଷ୍ପା ୨’ର ଜୋର୍‌ଦାର ଟକ୍କର ହେବ। ସେପଟେ ପୁଷ୍ପା ଫିଲ୍ମକୁ ନେଇ ଆଉ ଏକ ମଧ୍ୟ ଚର୍ଚ୍ଚା ହେଉଛି ଯେ ଏହାର ଦ୍ୱିତୀୟ ଭାଗରେ ବଲିଉଡ ଅଭିନେତା ରଣବୀର ସିଂଙ୍କୁ ଦେଖିବାକୁ ମିଳିପାରେ। କିଛି ରିପୋର୍ଟରେ କୁହାଯାଇଛି କି, ସେ ଏହି ଫିଲ୍ମରେ ପୋଲିସ ଭୂମିକାରେ ଦେଖାଯାଇ ପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.