ଗୁଆମରେ ତାଣ୍ଡବ ରଚୁଛି ଟାଇଫୁନ୍‌ ‘ମଓ୍ଵାର୍‌’, ଜରୁରୀ ସ୍ଥିତି ଘୋଷଣା କରିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍‌

ଗୁଆମରେ ହିଟ୍‌ କରିଛି ଟାଇଫୁନ୍‌ ‘ମଓ୍ଵାର୍‌’। ୨୨୫ କି.ମି ବେଗରେ ପନବ ଏହି ଅଂଚଳକୁ ଛାରଖାର କରୁଛି। ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଆଶଙ୍କା ବଢିଛି। ଆଜି ରାତିରେ ମୱାର ଆହୁରି ଶକ୍ତିଶାଳୀ ହୋଇପାରେ। ଭୟଙ୍କର ବେଗରେ ଆସି, ଗୁଆମରେ ମାଡ଼ କରିଛି।

କେନ୍ୟୁଜ(ବ୍ୟୁରୋ):  ଗୁଆମରେ ତାଣ୍ଡବ ରଚୁଛି ମୱାର। ୨୧ ବର୍ଷ ପରେ ଏତେ ବଡ଼ ଭୟଙ୍କର ଟାଇଫୁନ ଦେଖିଛି ଗୁଆମ। ଗୁଆମରେ ହିଟ୍‌ କରିଛି ଟାଇଫୁନ୍‌ ‘ମଓ୍ଵାର୍‌’। ୨୨୫ କି.ମି ବେଗରେ ପନବ ଏହି ଅଂଚଳକୁ ଛାରଖାର କରୁଛି। ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଆଶଙ୍କା ବଢିଛି। ଆଜି ରାତିରେ ମୱାର ଆହୁରି ଶକ୍ତିଶାଳୀ ହୋଇପାରେ। ଭୟଙ୍କର ବେଗରେ ଆସି, ଗୁଆମରେ ମାଡ଼ କରିଛି।

ହରିକେନ ଶକ୍ତିରେ ଶହଶହ ଗଛ ଉପୁଡିଛି। ପ୍ରଶାନ୍ତ ମହାସଗରରେ ଥିବା ଆମେରିକା ଏ ଦ୍ୱୀପର ଅଧିକାଂଶ ଅଂଚଳ ଏବେ ଅନ୍ଧାର ଭିତରେ। ଜରୁରୀ ସ୍ଥିତି ଘୋଷଣା କରିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍‌। ସେପଟେ ମୱାର ଗୁଆମରୁ ଆଗକୁ ବଢି ଫିଲିଫାଇନ୍‌ସ ଅତିକ୍ରମ କରିବା ଅନୁମାନ କରାଯାଉଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.