ନୟାଗଡ଼: କୃଷ୍ଣପ୍ରସାଦ ଗାଁରେ ଦୁଇ ପଡୋଶୀଙ୍କ ମଧ୍ୟରେ କଥା କଟାକଟିକୁ ନେଇ ଗୁଳିକାଣ୍ଡ, ଜଣେ ମୃତ ଓ ୫ ଜଣ ଗୁରୁତର

ନୟାଗଡ଼(କେନ୍ୟୁଜ୍): ଗୋଷ୍ଠୀ ସଂଘର୍ଷରୁ ଗୁଳିମାଡ଼, ଜଣେ ମୃତ । ନୟାଗଡ଼ ଇଟାମାଟି ଥାନା କୃଷ୍ଣପ୍ରସାଦ ଗାଁରେ ଗୋଷ୍ଠୀ ସଂଘର୍ଷ । ଗୁଳିମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଗୁରୁତର ହୋଇଛନ୍ତି । ମୃତକ ହେଲେ ଅନିରୁଦ୍ଧ ନାୟକ । ସମସ୍ତଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଜଣକୁ ମୃତ ଘୋଷଣା କରିଛନ୍ତି ଡାକ୍ତର ।

ଦୁଇ ପଡୋଶୀଙ୍କ ମଧ୍ୟରେ କଥା କଟାକଟିକୁ ନେଇ ସଂଘର୍ଷ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ପରିସ୍ଥିତିରେ ସୁଧାର ଆଣିବା ସହ ମୃତଦେହ ଜବତ କରିଛି । ଅନିରୁଦ୍ଧ ଆର୍ମିରେ ଟେକନିକାଲ ବିଭାଗରେ କାର୍ଯ୍ୟରତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.